ୟୁକୋ ବ୍ୟାଙ୍କର ବରିଷ୍ଠ ନାଗରିକ ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର: ୟୁକୋ ବ୍ୟାଙ୍କର ଭୁବନେଶ୍ବର ଜୋନାଲ୍ ଅଫିସ୍ ଓ ୟୁକୋ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବ୍ୟାଙ୍କର ଜୋନାଲ୍ ଅଫିସ୍ ପରିସରରେ ବରିଷ୍ଠ ନାଗରିକଙ୍କ ଅଭିଳାଷ (ୱିଲ୍‌) ସମ୍ପର୍କିତ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ବ୍ୟାଙ୍କର ପୂର୍ବତନ ଡିଜିଏମ୍ ବିଦ୍ୟାଧର ଦାଶଙ୍କ ପୌ‌ରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହେଲ୍‌ପ୍ ଏଜ୍‌ ଇଣ୍ଡିଆର ମହେନ୍ଦ୍ର ଧଳ ‘‌ସେଭ୍ ଆୱାର ସିନିଅର୍ସ’ ଆପ୍‌କୁ କିଭଳି ଡାଉନ୍‌ଲୋଡ୍‌ କରାଯିବ ତାହା ଜଣାଇଥିଲେ। ଏହି ଅବସରରେ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ, ଡକ୍ଟର ପ୍ରଦୀପ ରଥ, ୟୁକୋ ବ୍ରାଙ୍କର ଭୁବନେଶ୍ବର ମଣ୍ଡଳର ଜୋନାଲ୍ ମ୍ୟାନେଜର ଟି ଆର୍‌ ଚୋକିଲିଙ୍ଗମ୍ ଓ ସଂଘର ସାଧାରଣ ସମ୍ପଦାକ ଅକ୍ଷୟ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର