ଭୁବନେଶ୍ବର: ୟୁକୋ ବ୍ୟାଙ୍କ ଭୁବନେଶ୍ବର, ବାଲେଶ୍ବର ଏବଂ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହାର ପୁରାତନ ଋଣଗ୍ରହୀତାଙ୍କ ନିମେନ୍ତ ସ୍ବଳ୍ପ ସମୟ ପାଇଁ ଏକ ଆକର୍ଷଣୀୟ ଋଣ ମୁକ୍ତି ଯୋଜନା ଆରମ୍ଭ କରିଛି। ଏହି ଯୋଜନାରେ ବନ୍ଧକ ନଥିବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ସମସ୍ତ ଋଣକୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୯ ଜୁନ୍ ୩୦ ସୁଦ୍ଧା ଘୋଷିତ ହୋଇଥିବା ଏନ୍ପିଏ ଆକାଉଣ୍ଟ ଗୁଡ଼ିକ ଏହି ଯୋଜନାର ଲାଭ ନେଇପାରିବେ। ବ୍ୟାଙ୍କ ପକ୍ଷରୁ ଉପଲବ୍ଧ ଥିବା ଆଇନଗତ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଦୀପାବଳି ଅବସରରେ ଇଚ୍ଛୁକ ଋଣଗ୍ରହୀତା/ଋଣ ଖିଲାପକାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ଏହି ସୁଯୋଗ ପ୍ରଦାନ କରାଯାଉଛି। ଉକ୍ତ ଯୋଜନାର ଲାଭ ନେବାକୁ ଆଗ୍ରହୀ ଋଣଗ୍ରହୀତା/ଖିଲାପୀମାନେ ସଂପୃକ୍ତ ଶାଖା ପ୍ରବନ୍ଧକ କିମ୍ବା ଆଞ୍ଚଳିକ ପ୍ରବନ୍ଧକମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।
ୟୁକୋ ବ୍ୟାଙ୍କର ଋଣ ମୁକ୍ତି ଯୋଜନା
/sambad/media/post_attachments/wp-content/uploads/2018/01/1UCO-Bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)