ୟୁକୋ ବ୍ୟାଙ୍କ ନିଟ୍ ଲାଭରେ ୩୭୪% ବୃଦ୍ଧି

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ନିଟ୍ ଲାଭ ୩୭୪.୪୨ ପ୍ରତିଶତ ବୃଦ୍ଧି ପାଇ ୧୦୧.୮୧ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୨୧.୪୬ କୋଟି ଟଙ୍କା ଥିଲା। ଏହି ସମୟରେ କାର୍ଯ୍ୟକାରୀ ଲାଭ ୨୧.୬୫% ବୃଦ୍ଧି ଘଟି ୧୨୬୮.୨୮ କୋଟି ଟଙ୍କା ହୋଇଛି। ୨୦୨୧ ଜୁନ୍ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ବ୍ୟବସାୟ ୩,୩୨,୯୪୬.୧୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ପ୍ରଥମ ତ୍ରୟମାସର ୩,୧୦,୩୫୫.୬୩ କୋଟି ଟଙ୍କା ତୁଳନାରେ ୭.୨୮% ଅଧିକ। ବ୍ୟାଙ୍କର ସଞ୍ଚୟ ଜମା ୬୬,୦୮୬.୬୮ ‌କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କାସା ଜମା ୩୮.୫୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କର ନିଟ୍ ଏନ୍‌ପିଏ ୩.୮୫ ପ୍ରତିଶତକୁ ହ୍ରାସ ପାଇଛି। ଆଲୋଚ୍ୟ ତ୍ରୟମାସରେ ୟୁକୋ ବ୍ୟାଙ୍କ ୬୩୦ଟି ନୂଆ ଏଟିଏମ୍ ସ୍ଥାପନ କରିଥିବାରୁ ଏହାର ମୋଟ ଏଟିଏମ୍ ସଂଖ୍ୟା ୨୩୬୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର