ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ଗୌତମ ପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥିସହ ସେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ରୂପେ ମଧ୍ୟ କାର୍ଯ୍ୟ କରିବେ। ଶ୍ରୀ ପାତ୍ର ଏହା ପୂର୍ବରୁ ମୁମ୍ବାଇଠାରେ ଟ୍ରେଜେରି ଓ ଇନ୍‌ଭେଷ୍ଟମେଣ୍ଟ ବିଭାଗରେ ମହାପ୍ରବନ୍ଧକ ପଦବୀରେ କାର୍ଯ୍ୟ କରୁଥିଲେ। ୨୦୦୭ ମସିହାରେ ୟୁକୋ ବ୍ୟାଙ୍କରେ ଯୋଗ ଦେଇଥିବା ଶ୍ରୀ ପାତ୍ର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିପାରିଛନ୍ତି। ୟୁକୋ ବ୍ୟାଙ୍କରେ ତାଙ୍କର କାର୍ଯ୍ୟକାଳ ସମୟରେ ସେ ଭୁବନେଶ୍ୱର ଅଞ୍ଚଳର ରିଟେଲ୍‌, ଏମ୍‌ଏସ୍‌ଏମ୍‌ଇ, କାସା ଓ ଅଗ୍ରାଧିକାର କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର