ନୂଆଦିଲ୍ଲୀ: ପୂର୍ବତନ ମିସ୍ ଇଣ୍ଡିଆ ଆଦିତି ଆର୍ଯ୍ୟାଙ୍କୁ ବିବାହ କରିବେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଓ ସିଇଓ ଉଦୟ କୋଟାକ୍ଙ୍କ ପୁଅ ଜୟ କୋଟାକ୍। ଉଭୟଙ୍କ ନିର୍ବନ୍ଧ ହୋଇଛି। ୨୦୧୫ରେ ମିସ୍ ଇଣ୍ଡିଆ ହୋଇଥିବା ଆଦିତି ଆମେରିକାର ୟେଲେ ବିଶ୍ବବିଦ୍ୟାଳୟରେ ଏମ୍ବିଏ ପାଠପଢ଼ିଛନ୍ତି। ଉଭୟଙ୍କ ଭିତରେ ସମ୍ପର୍କ ଥିବା ବିଷୟ ଗତବର୍ଷ ଜଣାପଡ଼ିଥିଲା। ଆଇଫିଲ୍ ଟାୱାର ସାମ୍ନାରେ ସେମାନଙ୍କ ଏକ ଫଟୋ ଭାଇରାଲ୍ ହୋଇଥିଲା। ଜୟ କୋଟାକ୍ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ହାର୍ଭାର୍ଡ ବିଜନେସ୍ ସ୍କୁଲ୍ରେ ପାଠପଢ଼ିଛନ୍ତି ଏବଂ ଏବେ କୋଟାକ୍୮୧୧ର ଉପାଧ୍ୟକ୍ଷ ଭାବେ କାମ କରୁଛନ୍ତି। ଆଦିତି କିଛି ହିନ୍ଦୀ ଓ ତେଲୁଗୁ ଫିଲ୍ମରେ କାମ କରିଥିଲେ।
ପୂର୍ବତନ ମିସ୍ ଇଣ୍ଡିଆଙ୍କୁ ବିବାହ କରିବେ ଉଦୟ କୋଟାକ୍ଙ୍କ ପୁଅ
/sambad/media/post_attachments/wp-content/uploads/2023/05/5fs4h654hf65hhfhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)