ୟୁବିଆଇ ଇଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର ଇଡି ଅଜିତ କୁମାର ଦାସ ଭୁବନେଶ୍ବର ଗସ୍ତ କରିଛନ୍ତି। ସେ ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଶାଖା ପ୍ରବନ୍ଧକଙ୍କ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କ କାରବାରର ସମୀକ୍ଷା କରିଥିଲେ। ଋଣ ଆଦାୟ ଯୋଜନାରେ ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିଥିବା ଅଧିକାରୀମାନଙ୍କୁ ‌ସେ ପୁରସ୍କୃତ କରିଥିଲେ। ଏହି ଅବସରରେ ବ୍ୟାଙ୍କର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ରାଜକିଶୋର ନାୟକ ଓ ସହାୟକ ମହାପ୍ରବନ୍ଧକ ରତୀକାନ୍ତ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର