ନୂଆଦିଲ୍ଲୀ: ବ୍ୟାଙ୍କରେ ଆଧାରକାର୍ଡର ବ୍ୟବହାର ସମ୍ପର୍କରେ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ବ୍ୟାଙ୍କ ଗୁଡ଼ିକୁ ଚିଠି ଲେଖିଛି। ଏହି ଚିଠି ରିଜର୍ଭ ବ୍ୟାଙ୍କକୁ ମଧ୍ୟ ପ୍ରଦାନ କରାଯାଇଛି। ଏହି ଚିଠିରେ ୟୁଆଇଡିଏଆଇ ସ୍ପଷ୍ଟ କରିଛି ଯେ, ସରକାରୀ ସବ୍ସିଡି ଓ ସାମାଜିକ ମଙ୍ଗଳ ଯୋଜନାର ହିତାଧିକାରୀଙ୍କ ପ୍ରମାଣନ ପାଇଁ ବ୍ୟାଙ୍କ ଗୁଡ଼ିକ ଆଧାର ଇକେୱାଇସିକୁ ଉପଯୋଗ କରିପାରିବେ। ଅନ୍ୟ ଗ୍ରାହକଙ୍କ ପାଇଁ ଅଫଲାଇନ୍ ଆଧାରକାର୍ଡକୁ ଉପଯୋଗ କରାଯାଇ ପାରିବ। ଅନ୍ୟ ଗ୍ରାହକମାନେ ଯଦି ଫିଜିକାଲ ଆଧାରକାର୍ଡକୁ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରନ୍ତି ତାହାକୁ ଅଫଲାଇନ ମୋଡ୍ରେ ଯାଞ୍ଚ ପାଇଁ ବ୍ୟବହାର କରାଯାଇ ପାରିବ। ସରକାରୀ ଯୋଜନାର ଲାଭ ପାଇବା ପାଇଁ ସେ ବ୍ୟାଙ୍କ ଆକାଉଣ୍ଟ ଖୋଲୁଛନ୍ତି ତାହେଲେ ସେଥିପାଇଁ ତାଙ୍କୁ ଆଧାର ଇ-କେୱାଇସି ଯାଞ୍ଚ କରିବାକୁ ହେବ। ଅନ୍ୟ ସମସ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆଧାର ଇ-କେୱାଇସିକୁ ବ୍ୟବହାର କରାଯାଇ ପାରିବ ନାହିଁ। ତେବେ ବ୍ୟାଙ୍କ ଖାତା ଖୋଲିବା, କ୍ବିକ୍ ରେସପନ୍ସ କୋଡ୍ ବା ଅଫଲାଇନ ଇଲେକଟ୍ରୋନିକ୍ସ ପରି ଅନ୍ୟ ମାଧ୍ୟମରେ ଯାଞ୍ଚ ଲାଗି ସ୍ବେଚ୍ଛାକୃତଭାବେ ଫିଜିକାଲ ଆଧାରକାର୍ଡ କିମ୍ବା ଅଫଲାଇନ ଆଧାରକାର୍ଡ ପ୍ରଦାନ କରାଯାଇପାରିବ।
ଆଧାର ସମ୍ପର୍କେର ବ୍ୟାଙ୍କକୁ ୟୁଆଇଡିଏଆଇର ଚିଠି
/sambad/media/post_attachments/wp-content/uploads/2018/09/Aadhaar-cards-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)