ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୫ କେଜିର ରିଫିଲ୍ ଏଲ୍ପିଜି ସିଲିଣ୍ଡର୍ ଯୋଗାଇ ଦେବା ଉପରେ ବିଚାରବିମର୍ଶ ଜାରି ରହିଛି। ଏହି ଯୋଜନାରେ ବିପିଏଲ୍ ପରିବାରଗୁଡ଼ିକର ମହିଳା ସଦସ୍ୟଙ୍କ ନାମରେ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଉଛି। ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଉଜ୍ଜ୍ବଳା ଯୋଜନାରେ ୭୧.୯ ନିୟୁତ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ଦ୍ବିତୀୟ ପାଳିର ପ୍ରଥମ ୧୦୦ ଦିନରେ ଏହି ସଂଖ୍ୟାକୁ ୮୦ ନିୟୁତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଉଜ୍ଜ୍ବଳା ଯୋଜନାରେ ୫ କେଜି ସିଲିଣ୍ଡର୍କୁ ବାଧ୍ୟତାମୂଳକ କରାଯିବ। ଏହା କରାଗଲେ ସାରା ଦେଶରେ ରନ୍ଧନ ଗ୍ୟାସ ସୁବିଧାରେ ଉପଲବ୍ଧ ହେବ ଏବଂ ରିଫିଲ୍୍କୁ ନେଇ ଯେଉଁ ସମସ୍ୟା ରହିଛି ତାହା ଦୂର ହୋଇଯିବ ବୋଲି ସରକାର ଭାବୁଛନ୍ତି। ଉଜ୍ଜ୍ବଳା ଯୋଜନାରେ ରିଫିଲ୍ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।
ଉଜ୍ଜ୍ବଳାରେ ମିଳିବ ୫ କେଜି ରିଫିଲ୍ ସିଲିଣ୍ଡର
/sambad/media/post_attachments/wp-content/uploads/2019/05/cylinder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)