ଆକାଉଣ୍ଟ୍‌କୁ ଆସିଗଲା ଉଚ୍ଚ ରକମର ଟଙ୍କା, ବ୍ୟାଙ୍କ୍‌ କାଟିନେବା ପୂର୍ବରୁ ଏହି ଉପାୟରେ ୫ ଲକ୍ଷ ରୋଜଗାର କଲେ ବ୍ୟକ୍ତି

ଗାନ୍ଧୀନଗର: ଅଚାନକ ଯଦି ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଆପଣ କୋଟି କୋଟି ଟଙ୍କା ଦେଖିବେ ତ ଚକିତ ହୋଇ ପଡ଼ିବେନି? ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସହ ଅଚାନକ ସେହିପରି ଏକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ସାଧାରଣତଃ ବେଳେ ବେଳେ ବ୍ୟାଙ୍କ୍‌ ଡିଟେଲ୍ସ ଭୁଲ୍‌ ଥିବା କାରଣରୁ ଅନ୍ୟ କାହାର ଟଙ୍କା ଆକାଉଣ୍ଟରେ ଜମା ହୋଇ ଯାଇଥାଏ। ସେହି କ୍ଷେତ୍ରରେ ନିଜ ଟଙ୍କା ନହେଲେ ବି ଆପଣ ଉଚ୍ଚ ରକମକୁ ଆପଣଙ୍କ ଆକାଉଣ୍ଟ୍‌ରେ ଦେଖିଥାଇ ପାରନ୍ତି।

ଆମେ ଗୁଜୁରାଟର ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ, ତାଙ୍କ ସହ ବି ଏପରି କିଛି ଘଟଣା ଘଟିଛି। ଆମେ କହୁଛୁ ଗୁଜୁରାଟର ଅହମ୍ମଦାବାଦ୍‌ର ରମେଶ ସାଗର ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ। ତାଙ୍କ ଆକାଉଣ୍ଟ୍‌କୁ ଅଚାନକ ୧୧, ୬୭୭ କୋଟି ଆସିଗଲା। ଏତେ ଉଚ୍ଚ ରକମ ଦେଖିବା ପରେ ସେ ଅଚାନକ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ।

ସେ ଗତ କିଛି ବର୍ଷ ହେବ ସେୟାର୍‌ ମାର୍କେଟରେ କିଛି କିଛି ନିବଶେ କରି ଆସୁଥିଲେ। ସେ ତାଙ୍କ ଆକାଉଣ୍ଟ୍‌ରେ ଅଚାନକ ଏତେ ଟଙ୍କା ଦେଖି ସାଙ୍ଗେ ସଙ୍ଗେ ୨ କୋଟି ଟଙ୍କା ସେୟାର୍‌ ମାର୍କେଟରେ ଲଗେଇ ଦେଲେ। ସାଙ୍ଗେ ସାଙ୍ଗେ ସେ ସେଥିରୁ ୫ ଲକ୍ଷ ଟଙ୍କା ଲାଭ ପାଇଗଲେ।

ବ୍ୟକ୍ତି ଜଣକଙ୍କ କହିବା କଥା ହେଲା ଅବଶ୍ୟ ବ୍ୟାଙ୍କ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଟଙ୍କା ତାଙ୍କ ଆକାଉଣ୍ଟ୍‌ରୁ କାଟିନେଲା। ମାତ୍ର ସେତେବେଳକୁ ସେ ୫ ଲକ୍ଷ ଟଙ୍କା ରୋଜଗାର କରି ସାରିଥିଲେ।

ସମ୍ବନ୍ଧିତ ଖବର