ଖୁବ୍‌ ଶୀଘ୍ର ୩୨ କିଲୋଗ୍ରାମ ଓଜନ ବିଶିଷ୍ଟ ଫୋଲ୍‌ଡିଂ ସ୍କୁଟର ବଜାରକୁ ଆସିବ, ପାଓ୍ଵର ବ୍ୟାଙ୍କ ଭଳି ବ୍ୟବହାର କରି ହେବ

ପ୍ରଥମଥର ପାଇଁ ଲଙ୍ଗଜବର୍ଗ କମ୍ପାନି ଫୋଲ୍‌ଡ ହୋଇ ଯାଉଥିବା ସ୍କୁଟର ର୍ନିମାଣ କରିଛି । ଏହାର ନାମ ରହିଛି ୟୁଜେଟ । ୟୁଜେଟକୁ ଖୁବ ସୁନ୍ଦର ଭାବେ ର୍ନିମାଣ କରାଯାଇଛି । ଏହାଛଡା ଏହି ସ୍କୁଟରକୁ ଅସିମେଟ୍ରିକ ଫ୍ରେମରେ ର୍ନିମାଣ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଓଜନ ମଧ୍ୟ ଅନ୍ୟ ଦୁଇ ଚକିଆ ଗାଡିଠାରୁ ଅପେକ୍ଷାକୃତ ହାଲକା । ୩୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍କୁଟରକୁ ଫୋଲ୍‌ଡ କରି ଯେକୌଣସି ସ୍ଥାନକୁ ମଧ୍ୟ ନିଆଯାଇପାରିବ । ଏହି ସ୍କୁଟରକୁ ହାଲକା କରିବା ପାଇଁ ଚକାରେ ଅତ୍ୟାଧୁନିକ ଆଲୟ ହ୍‌ୱିଲ ଓ କାର୍ବନ ଫାଇବରର ରିମ ବ୍ୟବହାର କରାଯାଇଛି । ଏହି ଇଲେକଟ୍ରିକ ସ୍କୁଟରକୁ ୩ଟି ମୋଡରେ ଚଲାଇ ହେବ।

ୟୁଜେଟ ସ୍କୁଟରରେ ଦମଦାର ମୋଟର ମଧ୍ୟ ଲାଗିଛି । ଯାହା ୫.୪୪ ବିଏଚପି ଓ ୯୦ ଏନଏମର ଶକ୍ତି ପ୍ରଦାନ କରିଥାଏ । ୟୁଜେଟ ସ୍କୁଟରରେ ଦୁଇ ପ୍ରକାର ବ୍ୟାଟେରୀ ଦିଆଯାଇଛି । ଗୋଟିଏ ବ୍ୟାଟେରୀରେ ଗାଡି ୭୦ କିଲୋମିଟର ଚାଲୁଥିବା ବେଳେ ଅନ୍ୟ ଏକ ବ୍ୟାଟେରୀ ଚାର୍ଜ କଲେ ୧୫୦ କିଲୋମିଟର ଚାଲିବ। ଏହାଛଡା ଏହି ବ୍ୟାଟେରୀ ମଧ୍ୟ ଖୁବଶୀଘ୍ର ଚାର୍ଜ ହୋଇଥାଏ । ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ଅନ୍ୟ କାଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବା ଭଳି ସୁବିଧା ରହିଛି। ଏପରିକି ଏହାକୁ ପାୱାର ବ୍ୟାଙ୍କ ଭଳି ମଧ୍ୟ ବ୍ୟବହାର କରାଯାଇପାରିବ ।

ୟୁଜେଟ ସ୍କୁଟରରେ ଅତ୍ୟାଧୁନିକ ସୁବିଧା ରହିଛି ଯାହା ଅନ୍ୟ କୌଣସି ଗାଡିରେ ନାହିଁ । ଏହି ସ୍କୁଟରରେ ୩ଜି, ଜିପିଏସ, ବ୍ଲୁଟୁଥ ଭଳି ଅତ୍ୟାଧୁନିକ ସୁବିଧା ରହିଛି । କୌଣସି ସମସ୍ୟା ବିଷୟରେ ଜାଣିବା ପାଇଁ ସ୍କୁଟରରେ ଥିବା ଡିଜିଟାଲ ଉପକରଣ ସହ ମୋବାଇଲ ଡିଭାଇସ କନେକ୍ଟ କରି ଏହାର ସମସ୍ୟା ବିଷୟରେ ଜାଣିହେବ।

କମ୍ପାନି ପ୍ରଥମେ ୨୦୧୭ରେ ଏହାକୁ ବଜାରକୁ ଆଣିଥିଲା । ଥରେ ଚାର୍ଜ କଲେ ୭୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ଭାରତରେ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଥରେ ଚାର୍ଜରେ ୧୩୦ କିଲୋମିଟର ଯାତ୍ରା କରୁଥିବା ୟୁଜେଟ ସ୍କୁଟରର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ରହିଛି। ପ୍ରଥମେ ୟୁରୋପରେ ୟୁଜେଟ ସ୍କୁଟର ବିକ୍ରି ହେବାକୁ ସ୍ଥିର କରାଯାଇଥିବା ବେଳେ ପରେ ଏସିଆର କିଛି ଦେଶ ଓ ଆମେରିକାରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର