ନୂଆଦିଲ୍ଲୀ: ତୈଳ ଗ୍ୟାସ୍ ଏବଂ ଟେଲିକମ୍ ବ୍ୟବସାୟ ପରେ ଦେଶର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଚଳିତ ଗ୍ରୀଷ୍ମରେ ରିଟେଲ୍ ସେକ୍ଟରରେ ଏଣ୍ଟ୍ରି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।
ଗତ ମାସରେ ନିଜର କୋଲ୍ଡଡ୍ରିଙ୍କ୍ ବ୍ରାଣ୍ଡ ‘କାମ୍ପା କୋଲା’ ଲଞ୍ଚ କରିବା ପରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଇସକ୍ରିମ୍ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି।
ତେବେ ମୁକେଶଙ୍କ ବ୍ୟବସାୟ ସହିତ ତାଙ୍କ ଚାଲିଚଲଣକୁ ନେଇ ସର୍ବଦା ଖବର ଆସିଥାଏ। ଏପରି କି ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ଚର୍ଚ୍ଚ ହୋଇଥାଏ। ନିକଟରେ ବୋହୂ ଶ୍ଲୋକାଙ୍କୁ ତାଙ୍କ ଶ୍ବଶୁର ଓ ଶାଶୁ ଦେଇଥିବା ହାରକୁ ନେଇ ଆଉ ଏକ ଖବର ବି ସାମ୍ନାକୁ ଆସିଛି।
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ତାଙ୍କ ବଡ଼ ବୋହୂ ଶ୍ଲୋକା ମେହେଟ୍ଟାଙ୍କୁ ଦୁନିଆର ସବୁଠୁ ଦାମୀ ହାର ପୁଅ ଆକାଶଙ୍କ ବିବାହରେ ଉପହାର ଦେଇଥିଲେ। ଉକ୍ତ ହାରଟି ଆଜି ପର୍ଯ୍ୟନ୍ତ ପୃଥିବୀର ସବୁଠାରୁ ଦାମୀ ହାର ଭାବେ ପରିଗଣିତ ହେଉଛି । ଏହି ହାରର ମୂଲ୍ୟ ୪୫୦ କୋଟିରୁ ଅଧିକ ରହିଥିବା ସୂଚନା ମିଳିଛି ।
ଏହା ଏପରି ଏକ ଅତୁଳନୀୟ ହୀରାଖଚିତ ହାର, ଯେଉଁଥିରେ ଦୁନିଆର ସବୁଠାରୁ ବଡ଼ ଇଣ୍ଟରନାଲି ଫ୍ଲୋଲେସ ଡାଇମଣ୍ଡ ଲକେଟ୍ ସହିତ ୯୧ଟି ହୀରା ଖଣ୍ଡ ଖଞ୍ଜାଯାଇଛି।
ଅମ୍ବାନୀଙ୍କ ବଡ଼ ବୋହୂ ଗଳାରେ ଶୋଭାପାଉଥିବା ହାରର ସ୍ବତନ୍ତ୍ରତା ହେଲା ଏହି ହୀରା ହାରକୁ କେହି କପି କି ରିଡିଜାଇନ୍ କରିପାରିବେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/54-10.jpg)