ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ତଥା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଟ୍ବିଟର ଅଧିଗ୍ରହଣକୁ ଅଧା ବାଟରେ ଅଟକାଇ ଦେଇଛନ୍ତି। ଏହି ସଂସ୍ଥାକୁ ୪୪୦୦ କୋଟି ଟଙ୍କାରେ କିଣିବାକୁ ସେ ବୁଝାମଣା କରିଥିଲେ। କିନ୍ତୁ, ଟ୍ବିଟର୍ରେ କେତେ ନକଲି ଆକାଉଣ୍ଟ୍ ଅଛି ତାହା ଜାଣିବା ଲାଗି ସେ ଜିଦ୍ରେ ଅଟଳ ରହିଛନ୍ତି। କଂପାନି କହୁଛି ଯେ ବହୁ ବର୍ଷ ହେଲାଣି ନକଲି ଆକାଉଣ୍ଟ୍ ସଂଖ୍ୟା ୫%ରୁ କମ୍ ରହିଛି। ତାହାର ସାର୍ବଜନୀନ ପ୍ରମାଣ ଦେବାକୁ ମସ୍କ ଦାବି କରିଛନ୍ତି। ମସ୍କ କହୁଛନ୍ତି ଯେ ନକଲି ଆକାଉଣ୍ଟ୍କୁ ନେଇ ଟ୍ବିଟର୍ କର୍ତ୍ତୃପକ୍ଷ ସଠିକ୍ ତଥ୍ୟ ଦେଉନାହାନ୍ତି। ୫% ନୁହେଁ ତାହାର ଚାରି ଗୁଣ ଅଧିକ ଅର୍ଥାତ ୨୦% ନକଲି ଆକାଉଣ୍ଟ୍ ଥିବା ସେ ଦାବି କରୁଛନ୍ତି। ଏହାକୁ ନେଇ ଟ୍ବିଟର୍ ସିଇଓ ପରାଗ ଗୁପ୍ତା ଓ ତାଙ୍କ ମଧ୍ୟରେ ଟ୍ବିଟର୍ରେ ଲମ୍ବା ବିତର୍କ ହୋଇଥିଲା। ପରାଗଙ୍କ ପ୍ରତିଟି ଟୁଇଟ୍କୁ ସେ ଉପହାସ କରାଇବାକୁ ପଛାଉନଥିଲେ। ମସ୍କ ସ୍ପଷ୍ଟ କରିନ୍ତି ଯେ ନକଲି ଆକାଉଣ୍ଟ୍ ୫% ବୋଲି ଟ୍ବିଟର ସାର୍ବଜନୀନ ଭାବେ ପ୍ରମାଣ ନଦେବା ଯାଏଁ ଏହି ଅଧିଗ୍ରହଣ ବୁଝାମଣା ଆଗକୁ ବଢ଼ିବନି।
ଟ୍ବିଟର ବିକ୍ରି ନେଇ ଅନିଶ୍ଚିତତା
/sambad/media/post_attachments/wp-content/uploads/2021/02/tweeter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)