ମୁମ୍ବାଇ: ଗୀତାଞ୍ଜଳି ଗ୍ରୁପ୍ର ଅଧ୍ୟକ୍ଷ ତଥା ମାମୁ ମେହୁଲ୍ ଚୋକ୍ସିଙ୍କୁ ଭଣଜା ନିରବ ମୋଦି ଥରେ ତାଙ୍କ ପରାମର୍ଶଦାତା ବୋଲି କହିଥିଲେ। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରେ ମେହୁଲ ସବୁଠୁ ଅଧିକ ପ୍ରତିଭାବାନ ବୋଲି ମଧ୍ୟ ମୋଦି ମନ୍ତବ୍ୟ ଦେଇଥିଲେ। ପିଏନ୍ବିକୁ ୧୧,୪୦୦ କୋଟି ଟଙ୍କା ଚୂନ ଲଗାଇବା ପରେ ଭଣଜା କାହିଁକି ମାମୁଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ ତାହାକୁ ଏବେ ବୁଝିବା ଆଉ କାହାପାଇଁ କଷ୍ଟକର ନୁହେଁ। ଭଣଜାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ଆଗକୁ ନେବା ପାଇଁ ମାମୁ ହିଁ ନକ୍ସା ପ୍ରସ୍ତୁତ କରୁଥିଲେ । ଫଳରେ ମାମୁଙ୍କ ଦ୍ୱାରା ହିଁ ଭଣଜା ଅନୁପ୍ରାଣିତ ହେଉଥିଲେ।
ବଡ଼ ବଡ଼ କାର୍ଯ୍ୟକ୍ରମ, ଫେସନ୍ ସୋ’ ଆଦି ଆୟୋଜନ କରିବା ସେମାନଙ୍କ ବ୍ୟବସାୟ ରଣନୀତିର ଏକ ଅଂଶବିଶେଷ ଥିଲା। ବଲିଉଡ଼ ଅଭିନେତ୍ରୀ ଓ ନାମୀ ମଡେଲ୍ମାନଙ୍କୁ ଏହିସବୁ କାର୍ଯ୍ୟକ୍ରୟରେ ଦେଖିବାକୁ ମିଳୁଥିଲା।
ଭଣଜାଙ୍କ ବ୍ୟବସାୟଙ୍କୁ ଏକ ଅନ୍ତର୍ଜାତୀୟ ସ୍ତରର ବ୍ରାଣ୍ଡ୍ରେ ପରିଣତ କରିବା ମୂଳରେ ଥିଲେ ମାମୁ। ମେହୁଲ୍ ତାଙ୍କର ଆଦର୍ଶ ଭାବେ ଏଲ୍ଭିଏମ୍ଏଚ୍ର ସିଇଓ ବର୍ନାଡ ଆର୍ନଲ୍ଟଙ୍କୁ ଗ୍ରହଣ କରିଥିବାବେଳେ ଭଣଜା ଆମେରିକୀୟ ଜୁଏଲର୍ ହ୍ୟାରି ଓ୍ଵିନ୍ଷ୍ଟନ୍ଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିଲେ।
ଡୋନାଲ୍ଡ ଟ୍ରମ୍ପ୍ ଜୁନିଅର୍, ବିଲ୍ ଗେଟ୍ସ, ପ୍ରିନ୍ସ ଚାର୍ଲସ ଆଦି ଖ୍ୟାତନାମା ବ୍ୟକ୍ତିମାନେ ଆୟୋଜନ କରୁଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ରାତ୍ରିଭୋଜନରେ ସାଧାରଣତଃ ମୋଦି ଯୋଗ ଦେଇଥାନ୍ତି। ଅନ୍ୟପକ୍ଷରେ ମାମୁ ବିଜୟ ମାଲ୍ୟାଙ୍କ ଭଳି ବିଳାସପୂର୍ଣ୍ଣ ବୋଟ୍ କିଣିବାକୁ ପସନ୍ଦ କରନ୍ତି।
ମାମୁ ମେହୁଲ୍ ଚୋକ୍ସି ଗୀତାଞ୍ଜଳି ଜୁଏଲ୍ସ ସମେତ ମାୟା, ଗିଲି, ନକ୍ଷତ୍ର ଏବଂ ଆସ୍ମି ଭଳି ଭଳି ଗହଣା ବ୍ରାଣ୍ଡ୍ର ପ୍ରସାର କରିଥିଲେ। କମ୍ପାନିର ନାଁ ଗୀତାଞ୍ଜଳି ରଖାଯିବା ପଛରେ ଏକ ରହସ୍ୟ ରହିଥିଲା। ମେହୁଲ୍ଙ୍କ ଦୁଇ ଭଉଣୀ ଯଥା ନିରବଙ୍କ ମା ଓ ମାଉସୀଙ୍କ ନାମକୁ ନେଇ ଗୀତାଞ୍ଜଳି ଗଠନ କରାଯାଇଥିଲା। ନିରବଙ୍କ ମା’ଙ୍କ ନାମ ଗୀତା ହୋଇଥିବାବେଳେ ମାଉସୀଙ୍କ ନାମ ଅଞ୍ଜଳି। ତେଣୁ ଗୀତା ଓ ଅଞ୍ଜଳିକୁ ମିଶାଇ କମ୍ପାନି ନାମ ଗୀତାଞ୍ଜଳି ଦିଆଯାଇଥିଲା।
ଭଣଜାକୁ ସବୁ କଳା ଶିଖାଇଥିଲେ ମାମୁ
/sambad/media/post_attachments/wp-content/uploads/2018/02/mamu-bhanaja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)