୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍; ଦୀପାଂଶୁଙ୍କୁ ୬ ୱିକେଟ୍‌: ପୁରୀ ବିଜୟୀ

କଟକ: ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଆୟୋଜିତ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍‌ର ଶନିବାର ମ୍ୟାଚ୍‌ରେ ପୁରୀ ୨ ୱିକେଟ୍‌ରେ ପାରାଦୀପକୁ ହରାଇଛି। ପାରାଦୀପ ୪୧.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। ଆନନ୍ଦ ମଲ୍ଲିକ ୫୩, ମାୟାଙ୍କ ୪୦ ଓ ଦୀପାଶୁଂ ସାବତ ୩୮ ରନ୍ କରିଥିଲା ବେଳେ ପୁରୀର ଦୀପାଂଶୁ ସାବତ ୭-୧-୨୫-୬ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ପୁରୀ ଦଳ ୪୧.୪ ଓଭରରେ ୮ ୱିକେଟ୍ ହରାଇ ୧୯୪ ରନ୍ କରିନେଇଥିଲା। ସାହାଦତ ଏଫ୍. ଖାନ୍‌ ୬୪, ଆକାଶ କୁମାର ୩୬ ଓ ଆଦିତ୍ୟ ୨୫ ରନ୍ କରିଥିଲେ। ପାରାଦୀପ ଆଦିତ୍ୟ ଲୋକାଣ୍ଡେ ୩ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର