ଦେଶରେ  ଲକଡାଉନ କୋହଳ ହେବା ପରେ ହ୍ରାସ ପାଉଛି ବେକାରୀ ହାର 

ନୂଆଦିଲ୍ଲୀ :  ଦେଶରେ କରୋନା ମହାମାରୀର ୨ୟ ଲହର ଧୀରେ ଧୀରେ ହ୍ରାସ ପାଉଥିବାରୁ ଅର୍ଥନୈତିକ ସ୍ଥିତିରେ ମଧ୍ୟ ସୁଧାର ଆସିବା ଆରମ୍ଭ ହୋଇଛି । ଏହା ସହିତ ଦେଶରେ ବେକାରି ହାର ସାମାନ୍ୟ ହ୍ରାସ ପାଇଛି ।

ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଏ)ର ତଥ୍ୟ ଅନୁସାରେ ଦେଶରେ ଜୁନ ୨ୟ ସପ୍ତାହ ସୁଦ୍ଧା ଦେଶର ବେକାରୀ ହାର ୮.୭ ପ୍ରତିଶତକୁ ହ୍ରାସ ପାଇଛି । ସହରାଂଚଳ ବେକାରୀ ୯.୭ ପ୍ରତିଶତ ଓ ଗ୍ରାମାଞ୍ଚଳ ବେକାରୀ ୮.୨ ପ୍ରତିଶତକୁ ହ୍ରାସ ପାଇଛି ।

ଗତ ୬ ସପ୍ତାହ ମଧ୍ୟରେ ଏହା ସର୍ବନିମ୍ନ ବେକାରୀ ହାର ।  ଏପ୍ରିଲ ମଧ୍ୟ ଭାଗରୁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିଲା । ଏହା ଫଳରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ କଳ କାରଖାନା ପ୍ରଭାବିତ ହୋଇଥିଲା । କିନ୍ତୁ ଏବେ ଲକଡାଉନ ଧୀରେ ଧୀରେ କୋହଳ ହେବା ପରେ ନିଯୁକ୍ତି ପ୍ରଦାନ ମଧ୍ୟ ବୃଦ୍ଧି ପାଇଛି । ଏହା ଫଳରେ ବେକାରୀ ହାର ହ୍ରାସ ପାଉଛି ।

 

ସମ୍ବନ୍ଧିତ ଖବର