ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକରେ (ଜୁଲାଇ-ସେପ୍ଟେମ୍ବର) ବେକାରି ହାର ୭.୨ ପ୍ରତିଶତକୁ ହ୍ରାସ ପାଇଛି। କାର୍ଯ୍ୟ କ୍ଷେତ୍ରରେ ପନ୍ଦର ବର୍ଷରୁ ଅଧିକ ବୟସର ଶ୍ରମ ଶକ୍ତିଙ୍କ ଯୋଗଦାନ ବଢ଼ିବା ଯୋଗୁଁ ବେକାରି ହ୍ରାସ ପାଇଛି ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଏହି ସମୟରେ କୋଭିଡ୍ ମହାମାରୀର ଦ୍ବିତୀୟ ଲହର ଯୋଗୁ ବେକାରି ହାର ବୃଦ୍ଧି ପାଇଥିଲା। ଏନ୍ଏସ୍ଓ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବରରେ ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ଶ୍ରମ ଶକ୍ତି ମଧ୍ୟରେ ବେକାରି ହାର ୭.୬%କୁ ହ୍ରାସ ପାଇଛି। ମହିଳାଙ୍କ କ୍ଷେତ୍ରରେ ସେହି ହାର ୯.୪%କୁ ହ୍ରାସ ପାଇଛି ଯାହା ପୂର୍ବବର୍ଷ ୧୧.୬ ପ୍ରତିଶତ ଥିଲା। ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୬.୬%କୁ ଖସିଛି ଯାହା ପୂର୍ବବର୍ଷ ୯.୩ ପ୍ରତିଶତ ଥିଲା। ଶ୍ରମ ଶକ୍ତି ଯୋଗଦାନ ହାରରେ ମଧ୍ୟ ଏହି ସମୟରେ ବୃଦ୍ଧି ହୋଇ ୪୭.୯ ପ୍ରତିଶତ ହୋଇଛି ଯାହା ପୂର୍ବବର୍ଷ ୪୬.୯ ପ୍ରତିଶତ ଥିଲା।
ବେକାରି ହାର ୭.୨%କୁ ହ୍ରାସ: ଏନ୍ଏସ୍ଓ
/sambad/media/post_attachments/wp-content/uploads/2022/11/unemployment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)