ବେକାରୀ ହାର ୭.୭%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ବେକାରୀ ହାର ଅକ୍ଟୋବର ମାସରେ ୭.୭୭%କୁ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବରରେ ଏହି ହାର ୬.୪୩ ପ୍ରତିଶତ ଥିଲା ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ‌ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶ କରାଯାଇଛି। ଗ୍ରାମାଞ୍ଚଳରେ ବେକାରୀ ସମସ୍ୟା ଅଧିକ ବଢ଼ିଛି। ଅକ୍ଟୋବରରେ ଗ୍ରାମୀଣ ବେକାରୀ ହାର ୮.୦୪% ରହିଛି ଯାହା ସେପ୍ଟେମ୍ବରରେ ୫.୮୪ ପ୍ରତିଶତ ଥିଲା। ସହରାଞ୍ଚଳରେ କିନ୍ତୁ ବେକାରି ହାର ୭.୨୧ ପ୍ରତିଶତକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର