ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁନିୟନ୍ ବ୍ୟାଙ୍କ ଏମ୍‌ଡି

ଭୁବନେଶ୍ବର: ୟୁନିୟନ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଏ ମାନିମେଖାଲାଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଗରିବ ଓ ବଞ୍ଚିତ ବର୍ଗର ଲୋକମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତାରେ ଉନ୍ନତି ଆଣିବା ଲାଗି ମାନିମେଖାଲାଇଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ବ୍ୟାଙ୍କର ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଅଧିକ ସହାୟତା ଦେବା ଲାଗି ଏହି ପ୍ରସ୍ତାବରେ ମାନିମେଖାଲାଇ ରାଜି ହୋଇଛନ୍ତି। ଏହି ଅବସରରେ ୫-ଟି ସଚିବ ଭି କେ ପଣ୍ଡିଆନ ଓ ୟୁନିୟନ୍ ବ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର