ୟୁନିୟନ ବ୍ୟାଙ୍କରୁ ଓପିଟିସିଏଲ୍‌ ଆଣିବ ୬୦୭ କୋଟି ଋଣ, ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଓପିଟିସିଏଲ୍‌ ୬୦୭.୧୨ କୋଟି ଟଙ୍କା ଆଣିବ। ଆଜି ଏ ନେଇ ଏକ ଋଣ ବୁଝାମଣାପତ୍ର ଓପିଟିସିଏଲ୍‌ ଏବଂ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ସ୍ୱାକ୍ଷର ହୋଇଯାଇଛି। ଓପିଟିସିଏଲ୍‌ ରାଜ୍ୟରେ ଉତ୍କୃଷ୍ଟ ବିଦ୍ୟୁତ ସେବା ପ୍ରଦାନ ପାଇଁ ୮୫୭.୧୨ କୋଟି ଟଙ୍କା ବ୍ୟୟରେ ୧୮ଟି ଅତି ଉଚ୍ଚ କ୍ଷମତାର ଟ୍ରାନ୍ସମିସନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୬-୧୭ ମସିହାରେ ଆରମ୍ଭ କରିଥିଲା। ସେଥି ପାଇଁ ରାଜ୍ୟ ସରକାର ମଧ୍ୟ ୨୫୦ କୋଟି ଟଙ୍କା ଇକ୍ବିଟି ଆକାରରେ ପ୍ରଦାନ କରିଥିଲେ। ବଳକା ୬୦୭.୧୨ କୋଟି ଟଙ୍କା ଆଜି ଓପିଟିସିଏଲ୍‌ ଏହି ଋଣ ଆକାରରେ ବ୍ୟବସ୍ଥା ହୋଇଛି। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଋଣ ହାର ସର୍ବନିମ୍ନ ୭.୨୦% ହୋଇଥିବାରୁ ଓପିଟିସିଏଲ୍‌ ଏହି ବ୍ୟାଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ୧୭୭ ମାସ ମଧ୍ୟରେ ଓପିଟିସିଏଲକୁ ଏହି ଋଣ ସୁଝିବା ପାଇଁ ପଡ଼ିବ। କମ୍ପାନି ପକ୍ଷରୁ ଅର୍ଥ ନିର୍ଦ୍ଦେଶକ ସମୀର ସ୍ୱାଇଁ ଏବଂ ୟୁନିୟନ୍‌ ବ୍ୟାଙ୍କ ପକ୍ଷରୁ କ୍ଷେତ୍ରୀୟ ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ଆଜି ଓପିଟିସିଏଲ୍‌ ସଭାଗୃହରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ କମ୍ପାନିର ଅଧ୍ୟକ୍ଷ ତଥା ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସଂଜୀବ ସିଂ , ସମସ୍ତ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର