ଏମ୍ଏସ୍‌ଏମ୍‌ଇଙ୍କୁ ଜରୁରୀକାଳୀନ ଋଣ ଦେବ ୟୁନିଅନ୍ ବ୍ୟାଙ୍କ

ଭୁବନେଶ୍ବର: ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ (ଏମ୍‌ଏସ୍‌ଏମ୍‌ଇ) ଜରୁରୀକାଳୀନ ଋଣ ଦେବ। କେନ୍ଦ୍ର ସରକାରଙ୍କ ଦ୍ବାରା ଏମ୍ଏସ୍‌ଏମ୍ଇଗୁଡ଼ିକୁ ଲାଗି ଘୋଷଣା କରାଯାଇଥିଲା ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଅଧୀନରେ ବ୍ୟାଙ୍କ ଏହି ଋଣ ‌ଦେବ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ୟୁନିଅନ୍ ଜିଇସିଏଲ୍‌ ଯୋଜନା ଆରମ୍ଭ କରାଯାଇଛି। ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ତରଫରୁ ୨୫୬ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୨ଟି ସହର ରହିଛି।

ଏହି ସହରଗୁଡ଼ିକର ଏମ୍‌ଏସ୍‌ଏମ୍‌ଇ ଓ ମୁଦ୍ରା ଋଣ ନେଇଥିବା ଗ୍ରାହକମାନେ ୟୁନିଅନ୍ ଜିଇସିଏଲ୍ ଯୋଜନା ଦ୍ବାରା ଲାଭବାନ ହୋଇପାରିବେ। ଋଣ ଉପରେ କେନ୍ଦ୍ର ସରକାର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେଉଛନ୍ତି। ବିନା ବନ୍ଧକରେ ଗ୍ରାହକମାନେ ଏହି ଋଣ ନେଇପାରିବେ। ଏହି ଯୋଜନାର ଉଦ୍‌ଘାଟନ ଅବସରରେ ୬ଟି ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ବ୍ୟାଙ୍କ ପକ୍ଷରୁ ୩୮୧ ଗ୍ରାହକଙ୍କୁ ୧୧ କୋଟି ଟଙ୍କାର ଋଣ ଦିଆଯାଇଛି ବୋଲି ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ ପ୍ରବନ୍ଧକ ରମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର