ୟୁନିୟନ୍‌ ବ୍ୟାଙ୍କର ନୂଆ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,  ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଉପ ମହାପ୍ରବନ୍ଧକ ସୁଶୀଲ୍‌ କୁମାର ପାଣିଗ୍ରାହୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ଭୋପାଳସ୍ଥିତ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଥିଲେ। ଓୟୁଏଟିରୁ ଶିକ୍ଷାଲାଭ ପରେ ସେ ୧୯୯୦ରେ ୟୁନିୟନ୍‌ ବ୍ୟାଙ୍କରେ ପ୍ରୋବେସନାରି ଅଫିସର ରୂପେ ଯୋଗଦେଇଥିଲେ। ୨୦୧୩ରେ ସହାୟକ ମହାପ୍ରବନ୍ଧକ ଏବଂ ୨୦୧୬ରେ ଉପମହାପ୍ରବନ୍ଧକ ପଦବିକୁ ସେ ପଦୋନ୍ନତି ପାଇଥିଲେ।

ସମ୍ବନ୍ଧିତ ଖବର