ଘର ଭଡ଼ାରୁ ଆସୁଥିବା ଆୟ ଉପରେ ଟିଡିଏସ୍‌ ସୀମା ୨ ଲକ୍ଷ ୪୦ ହଜାର ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ରହିଛି। ରିଜର୍ଭ ବ୍ୟାଙ୍କର ଉଦାର ରିମିଟାନ୍ସ ସ୍କିମ୍‌ରେ ଟିସିଏସ୍‌ (ଉତ୍ସରୁ ଟିକସ ସଂଗ୍ରହ) ସୀମା ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଅର୍ଥମନ୍ତ୍ରୀ ନିର୍ମତା ସୀତାରମଣ ଯେକୌଣସି ଆକଳନ ବର୍ଷ ପାଇଁ ଅପଡେଟେଡ୍‌ ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ମଧ୍ୟ ବଢ଼ାଇଛନ୍ତି। ବର୍ତ୍ତମାନ ଏହି ସମୟ ସୀମା ୨ ବର୍ଷ ଥିବାବେଳେ ଏହାକୁ ୪ ବର୍ଷକୁ ବୃଦ୍ଧି କରିବା ଲାଗି ବଜେଟ୍‌ରେ ଘୋଷଣା କରାଯାଇଛି। ମୋଦୀ ସରକାରଙ୍କର ୧୪ତମ ବଜେଟ୍‌ ଆଗତ କରି ଅର୍ଥମନ୍ତ୍ରୀ ଶିକ୍ଷା ପାଇଁ ହେଉଥିବା ଅର୍ଥ ପ୍ରେରଣ କ୍ଷେତ୍ରରେ ଟିସିଏସ୍‌କୁ ଛାଡ଼ କରିଛନ୍ତି। କିନ୍ତୁ ଏହି ଶିକ୍ଷା ଋଣ ନିର୍ଦ୍ଦିଷ୍ଟ କେତେକ ଆର୍ଥିକ ପ୍ରତିଷ୍ଠାନରୁ ନିଆଯାଇଥିବା ଆବଶ୍ୟକ। ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରତ୍ୟକ୍ଷ ଟିକସ ବିବାଦ ସମାଧାନ ପାଇଁ ବିବାଦ ସେ ବିଶ୍ବାସ ‌୨.୦ ଯୋଜନାର ସୁବିଧା ୩୩ ହଜାର ଟିକସଦାତା ନେଇଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିକସ ସୀମାକୁ ଦୁଇଗୁଣା କରାଯାଇ ୧ ଲକ୍ଷ ଟଙ୍କାରେ ରଖାଯାଇଛି। ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଟିକସ ସୁବିଧା ହାସଲ ଲାଗି ଥିବା ସମୟକୁ ୫ ବର୍ଷ ବୃଦ୍ଧି କରାଯାଇଛି। ଆସନ୍ତା ସପ୍ତାହରେ ସରକାର ନୂଆ ଆୟକର ବିଲ୍‌ ଆଣିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ନୂଆ ଆୟକର ବିଲ୍‌ ବର୍ତ୍ତମାନ ତୁଳନାରେ ଛୋଟ ଏବଂ ଅଧିକ ସ୍ପଷ୍ଟ ହେବ। ବିଦ୍ୟୁତ୍‌ ଯାନ ବ୍ୟାଟେରି ପାଇଁ ୩୫ଟି ଅତିରିକ୍ତ ସାମଗ୍ରୀ, ମୋବାଇଲ ଫୋନ ବ୍ୟାଟେରି ଉତ୍ପାଦନ ପାଇଁ ୨୮ଟି ଅତିରିକ୍ତ ସାମଗ୍ରୀ ଟିକସ ଛାଡ଼ ପୁଞ୍ଜି ସାମଗ୍ରୀ ବର୍ଗରେ ସାମିଲ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Advertisment

ଭଡ଼ା‌ ଉପରେ ଟିଡିଏସ୍‌ ସୀମା ୬ ଲକ୍ଷକୁ ବୃଦ୍ଧି
ଅପ୍‌ଡେଟେଡ୍‌ ରିଟର୍ଣ୍ଣ ଦାଖଲ ସମୟସୀମା ବଢ଼ିଲା
ବରିଷ୍ଠ ନାଗରିକଙ୍କ ସୁଧ ଆୟ ଟିକସ ସୀମା ୧ ଲକ୍ଷକୁ ବୃଦ୍ଧି

ଘର ଭଡ଼ାରୁ ଆସୁଥିବା ଆୟ ଉପରେ ଟିଡିଏସ୍‌ ସୀମା ୨ ଲକ୍ଷ ୪୦ ହଜାର ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ରହିଛି। ରିଜର୍ଭ ବ୍ୟାଙ୍କର ଉଦାର ରିମିଟାନ୍ସ ସ୍କିମ୍‌ରେ ଟିସିଏସ୍‌ (ଉତ୍ସରୁ ଟିକସ ସଂଗ୍ରହ) ସୀମା ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଅର୍ଥମନ୍ତ୍ରୀ ନିର୍ମତା ସୀତାରମଣ ଯେକୌଣସି ଆକଳନ ବର୍ଷ ପାଇଁ ଅପଡେଟେଡ୍‌ ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ମଧ୍ୟ ବଢ଼ାଇଛନ୍ତି। ବର୍ତ୍ତମାନ ଏହି ସମୟ ସୀମା ୨ ବର୍ଷ ଥିବାବେଳେ ଏହାକୁ ୪ ବର୍ଷକୁ ବୃଦ୍ଧି କରିବା ଲାଗି ବଜେଟ୍‌ରେ ଘୋଷଣା କରାଯାଇଛି। ମୋଦୀ ସରକାରଙ୍କର ୧୪ତମ ବଜେଟ୍‌ ଆଗତ କରି ଅର୍ଥମନ୍ତ୍ରୀ ଶିକ୍ଷା ପାଇଁ ହେଉଥିବା ଅର୍ଥ ପ୍ରେରଣ କ୍ଷେତ୍ରରେ ଟିସିଏସ୍‌କୁ ଛାଡ଼ କରିଛନ୍ତି। କିନ୍ତୁ ଏହି ଶିକ୍ଷା ଋଣ ନିର୍ଦ୍ଦିଷ୍ଟ କେତେକ ଆର୍ଥିକ ପ୍ରତିଷ୍ଠାନରୁ ନିଆଯାଇଥିବା ଆବଶ୍ୟକ। ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରତ୍ୟକ୍ଷ ଟିକସ ବିବାଦ ସମାଧାନ ପାଇଁ ବିବାଦ ସେ ବିଶ୍ବାସ ‌୨.୦ ଯୋଜନାର ସୁବିଧା ୩୩ ହଜାର ଟିକସଦାତା ନେଇଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିକସ ସୀମାକୁ ଦୁଇଗୁଣା କରାଯାଇ ୧ ଲକ୍ଷ ଟଙ୍କାରେ ରଖାଯାଇଛି।

ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଟିକସ ସୁବିଧା ହାସଲ ଲାଗି ଥିବା ସମୟକୁ ୫ ବର୍ଷ ବୃଦ୍ଧି କରାଯାଇଛି। ଆସନ୍ତା ସପ୍ତାହରେ ସରକାର ନୂଆ ଆୟକର ବିଲ୍‌ ଆଣିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ନୂଆ ଆୟକର ବିଲ୍‌ ବର୍ତ୍ତମାନ ତୁଳନାରେ ଛୋଟ ଏବଂ ଅଧିକ ସ୍ପଷ୍ଟ ହେବ। ବିଦ୍ୟୁତ୍‌ ଯାନ ବ୍ୟାଟେରି ପାଇଁ ୩୫ଟି ଅତିରିକ୍ତ ସାମଗ୍ରୀ, ମୋବାଇଲ ଫୋନ ବ୍ୟାଟେରି ଉତ୍ପାଦନ ପାଇଁ ୨୮ଟି ଅତିରିକ୍ତ ସାମଗ୍ରୀ ଟିକସ ଛାଡ଼ ପୁଞ୍ଜି ସାମଗ୍ରୀ ବର୍ଗରେ ସାମିଲ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୮୭ ଥର କହିଲେ ଟିକସ

ନୂଆଦିଲ୍ଲୀ: ନିର୍ମଳା ନିଜ ବଜେଟ୍‌ରେ ଟିକସ ଶବ୍ଦକୁ ସର୍ବାଧିକ ୮୭ ଥର ବ୍ୟବହାର କରିଥିଲେ। ସେହିପରି ସଂସ୍କାର ଶବ୍ଦକୁ ସେ ନିଜ ଅଭିଭାଷଣରେ ୩୦ ଥର ଓ ବଜେଟ୍‌ ଶବ୍ଦକୁ ୨୧ ଥର କହିଥିଲେ। ଏମ୍ଏସ୍‌ଏମ୍‌ଇ ଶବ୍ଦ ୧୫ ଥର, ରପ୍ତାନିକୁ ୧୧ ଥର, ଯୁବବର୍ଗ ୧୦ ଥର, ଅଭିବୃଦ୍ଧି ୧୦ ଥର, ଅର୍ଥନୀତି ୭ ଥର, ବିହାର ଓ କୃଷି ନାମକୁ ୬ ଥର ଧରିଥିଲେ।