ନୂଆଦିଲ୍ଲୀ: ଦେଶର ଅଧିକାଂଶ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ନମ୍ବର ଦେଇସାରିବା ପରେ ଖୁବ୍‌ ଶୀଘ୍ର କମ୍ପାନିମାନଙ୍କୁ ମଧ୍ୟ ସରକାର ବିଶେଷ ପରିଚୟ ନମ୍ବର ପ୍ରଦାନ କରିବେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ୨୦୧୮-୧୯ର ବଜେଟ୍‌ ଉପସ୍ଥାପନା କରି ଏହାର ଘୋଷଣା କରିଛନ୍ତି। ଅର୍ଥାତ ଏବେ କମ୍ପାନିମାନଙ୍କୁ ମଧ୍ୟ ଆଧାର କାର୍ଡ କରିବାକୁ ହେବ ।

Advertisment

publive-image

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ୨୦୧୮-୧୯ର ବଜେଟ୍‌ ଉପସ୍ଥାପନା କରି କହିଛନ୍ତି , ‘ସରକାର ସବୁ କମ୍ପାନିମାନଙ୍କୁ ଏକ ୟୁନିକ୍‌ ଆଇଡି ଦେବା ପାଇଁ ଆଧାରର ଏକ ଯୋଜନା ଆଣିବେ । ସରକାରଙ୍କୁ ଆଧାର ଜରିଆରେ ସରକାରୀ ଯୋଜନାଗୁଡିକରେ ଭ୍ରଷ୍ଟାଚାର ଓ ସବସିଡି ଲିକେଜକୁ କମ୍‌ କରିବାରେ ସାହାଯ୍ୟ ମିଳିଛି । ଏବେ ସରକାର ‘ଆଧାର କାର୍ଡ ’ ଜରିଆରେ ବେସରକାରୀ କମ୍ପାନିମାନଙ୍କର ଭ୍ରଷ୍ଟାଚାର ଓ ନକଲି କମ୍ପାନିମାନଙ୍କ ଉପରେ ଲଗାମ ଲଗେଇବାକୁ ଚାହିଁଛନ୍ତି । ଆଉ ଏହାର ଏକମାତ୍ର ମାଧ୍ୟମ ହେବ ଆଧାର କାର୍ଡ । ସରକାର ପ୍ରଥମରୁ ୩ଲକ୍ଷରୁ ଅଧିକ ନକଲି କମ୍ପାନିମାନଙ୍କ ଲାଇସେନ୍‌ସ ରଦ୍ଦ କରିସାରିଛନ୍ତି । ସରକାର ନୋଟବନ୍ଦୀ ପରେ ସନ୍ଦିଗ୍ଧ ଗତିବିଧିଗୁଡିକରେ ଲିପ୍ତ କମ୍ପାନିମାନଙ୍କ ବିରୁଦ୍ଧରେ ବଡ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

publive-image