ଭାରତର ପ୍ରଥମ ସପିଙ୍ଗ ଷ୍ଟୋର ଯେଉଁଠି ଜଣେ ବି ମଣିଷ ନାହାନ୍ତି !

କୋଚି: ବଦଳୁଛି ଦୁନିଆ ଓ ଏହାରି ସହ ବଦଳୁଛି ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା | ଡିଜିଟାଲ ଭାରତରେ ଏବେ ଏମିତି ଏକ ସପିଙ୍ଗ ଷ୍ଟୋରର ସ୍ଥାପନ ହୋଇଛି ଯେଉଁଠି ଜଣେ ବି ମଣିଷ ନାହାଁନ୍ତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏ କଥା ଏକଦମ ସତ | ଆପଣ ଯଦି ଏହି ସପିଙ୍ଗ ମଲକୁ ଯାନ୍ତି ଜଣେ ବି କ୍ୟାସିୟର ଓ ମଲ ସହଯୋଗୀଙ୍କୁ ଦେଖିବାକୁ ପାଇବେ ନାହିଁ | କେରଳର କୋଚିଠାରେ ଏଭଳି ଏକ ସପିଙ୍ଗ ଷ୍ଟୋର ରହିଛି ଯାହାର ନାମ ହେଉଛି ବାଟାସେଲ | ଆପଣଙ୍କୁ ଏହି ସପିଙ୍ଗ ଷ୍ଟୋରରେ ପ୍ରବେଶ କରିବାକୁ ହେଲେ କ୍ୟୁଆର କୋଡ଼ ସ୍କାନ କରିବାକୁ ପଡିଥାଏ |

ଏହାପରେ ଆପଣ ଯାହା ବି ଜିନିଷ ଏଠାରୁ ସପିଙ୍ଗ କରିଥାନ୍ତି ଆପଣଙ୍କ ସ୍ୱତନ୍ତ୍ର ଆକାଉଣ୍ଟରେ ପସନ୍ଦ କରିଥିବା ଜିନିଷର ମୂଲ୍ୟ ସାମିଲ କରାଯାଇଥାଏ | ତେବେ ଯଦି ଆପଣ କୌଣସି ଜିନିଷ ପ୍ରଥମେ ପସନ୍ଦ କରି ପରେ ନେବାକୁ ନ ଚାହାନ୍ତି ଆପଣ ଫେରାଇ ମଧ୍ୟ ପାରିବେ | ଜିନିଷ ଫେରାଇବା ମାତ୍ରେ ଆପଣଙ୍କ ସ୍ୱତନ୍ତ୍ର ଆକାଉଣ୍ଟରୁ ଏହି ଜିନିଷର ମୂଲ୍ୟ ଆପଣଙ୍କ ତାଲିକାରୁ ବାଦ ପଡ଼ିଯିବ |

ଏହାପରେ ଆପଣ ଯେତେବେଳେ ଏହି ଷ୍ଟୋରରୁ ବାହାରିବେ ପୁଣିଥରେ କ୍ୟୁଆର କୋଡ଼ ସ୍କାନ କରିବାକୁ ପଡିବ | ଏହାପରେ ଆପଣଙ୍କ ସ୍ୱତନ୍ତ୍ର ଆକାଉଣ୍ଟରୁ ପଇସା ସ୍ୱତଃ କଟିଯିବ | କମ୍ପ୍ୟୁଟର ଭିଜନ, ସେନ୍ସର ଫ୍ୟୁଜନ ଓ ଲର୍ଣ୍ଣିଙ୍ଗ ଆଲଗୋରିଦମ ଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି | ଯାହାଦ୍ୱାରା ଆପଣ ଯାହା ବି ଜିନିଷ କିଣନ୍ତୁ ସେନ୍ସର ମାଧ୍ୟମରେ ସେଗୁଡିକ ଆପଣଙ୍କ ଆକାଉଣ୍ଟରେ ସାମିଲ ହୋଇଯିବ | ତେବେ ଏହି ଷ୍ଟୋରରେ ବହୁ ସଂଖ୍ୟାରେ କ୍ୟାମେରା ଓ ସେନ୍ସର ଲାଗିଛି | ଏଠାରେ ସୂଚନା ଥାଉ କି ପୂର୍ବରୁ ଆମେରିକାରେ ସପିଙ୍ଗ ସାଇଟ ଆମଜନ ପକ୍ଷରୁ ‘ଆମଜନଗୋ’ ନାମରେ ଏଭଳି ସପିଙ୍ଗ ଷ୍ଟୋର କରାଯାଇଥିଲା |

ସମ୍ବନ୍ଧିତ ଖବର