ୟୁନାଇଟେଡ୍‌ ବ୍ୟାଙ୍କର ପତ୍ରିକା ୟୁନାଇଟେଡ ଦର୍ପଣ ଉନ୍ମୋଚିତ

କୋଲକାତା: ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏମ୍‌ଡି ତଥା ସିଇଓ ପଓ୍ଵନ ବଜାଜ୍‌ ବ୍ୟାଙ୍କର ଇନ୍‌ହାଉସ୍‌ ହିନ୍ଦୀ ପତ୍ରିକା ‘ୟୁନାଇଟେଡ ଦର୍ପଣ’ର ୩୫ତମ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ବ୍ୟାଙ୍କର ନିର୍ଦେଶକ ବୋର୍ଡ ବୈଠକରେ ଯୋଗଦେଇ ଶ୍ରୀ ବଜାଜ୍‌ ଏହି ପତ୍ରିକାକୁ ଉନ୍ମୋଚନ କରିଛନ୍ତି। ଏଥିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଶୋକ କୁମାର ପ୍ରଧାନଙ୍କ ସମେତ ଅନ୍ୟ ନିର୍ଦେଶକ ଓ ସାଧାରଣ ପରିଚାଳକମାନେ ଯୋଗଦେଇଥିଲେ। ଚଳିତଥର ପତ୍ରିକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏଲ୍‌ଏସ୍‌ଏସ୍‌, ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଆଦି ବିଷୟ ସ୍ଥାନିତ ହୋଇଛି।

ସମ୍ବନ୍ଧିତ ଖବର