ୟୁନାଇଟେଡ ବ୍ୟାଙ୍କର ବ୍ୟବସାୟରେ ୪.୫୭% ବୃଦ୍ଧି

କୋଲକାତା : ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀ ଆର୍ଥିକ ଫଳାଫଳକୁ ମଞ୍ଜୁରି ଦେବା ପରେ ଏହା ଘୋଷଣା କରାଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ଅବଧିରେ ବ୍ୟାଙ୍କର ମୋଟ ବ୍ୟବସାୟ ୨ ଲକ୍ଷ କୋଟି ଟଙ୍କା ପାଖାପାଖି ରହିଛି। ଗତ ଆର୍ଥିକବର୍ଷର ଜୁଲାଇ-ସେପ୍ଟେମ୍ବର ତୁଳନାରେ ଏହା ୪.୫୭ ପ୍ରତିଶତ ଅଧିକ ରହିଛି। ବ୍ୟାଙ୍କର ମୋଟ ଜମାରାଶି ୧୨୬୩୨୨ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ଅଗ୍ରିମ ପ୍ରଦାନ ରାଶି ୬୮୫୬୨ କୋଟି ଟଙ୍କାରେ ରହିଛି। ବ୍ୟାଙ୍କର ଜମାରାଶି ଉପରୋକ୍ତ ସମୟ ମଧ୍ୟରେ ୭.୧୫ ପ୍ରତିଶତ ବୃଦ୍ଧି ଘଟିଛି। ବ୍ୟାଙ୍କର ମୋଟ ଜମାରେ କାସା(ସିଏଏସଏ)ର ଅଂଶ ୪୭.୪୪ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ନିଟ୍‌ ସୁଧ ଆୟ ଏହି ସମୟ ମଧ୍ୟରେ ୩୭୬ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର