ଭୁବନେଶ୍ୱର: ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ୬୮ତମ ପ୍ରତିଷ୍ଠା ଦିବସ ରାଜ୍ୟରେ ଥିବା ବ୍ୟାଙ୍କର ସମସ୍ତ ଶାଖା ଓ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଉପ ମୁଖ୍ୟ ପ୍ରବନ୍ଧକ ମୁକ୍ତି ରଞ୍ଜନ ରାୟଙ୍କ ପୌରହିତ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ଏହି ଅବସରରେ ଶ୍ରୀ ରାୟ ୧୯୫୦ ମସିହାରେ ୪ଟି ପୂର୍ବଭାରତୀୟ ବ୍ୟାଙ୍କର ମିଶ୍ରଣରେ କିପରି ୟୁନାଇଟେଡ୍ ବ୍ୟାଙ୍କ ଲିମିଟେଡ୍ ଗଠନ ହେଲା ପରର୍ବୀ ପର୍ଯ୍ୟାୟରେ ଓଡିଶାର ପୁରୁଣା ବ୍ୟାଙ୍କ କଟକ ବ୍ୟାଙ୍କ ଲିମିଟେଡ୍ର ବ୍ୟାଙ୍କରେ ମିଶ୍ରଣ ଓ ୧୯୨୯ ମସିହାରେ ଜାତୀୟକରଣ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ ପଟ୍ଟନାୟକ, ରତିକାନ୍ତ ବିଶ୍ୱାଳ, ଯୋଗେଶ୍ୱର ପ୍ରଧାନ, ଯୁଧିଷ୍ଠିର ନାୟକ, ମନ୍ମଥ ସେନାପତି, ସନ୍ତୋଷ ଦାଶ ଓ ଲିଙ୍ଗରାଜ ଲୋହା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଗ୍ରାହକ ମଧ୍ୟ ସାମିଲ ହୋଇଥିଲେ।
ୟୁନାଇଟେଡ୍ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ
/sambad/media/post_attachments/wp-content/uploads/2017/12/UBI-PHOTO-1.jpg)
/sambad/media/agency_attachments/2024-07-24t043029592z-sambad-original.webp)