‘ଭିଆ‌ଇଟି-ଏପି’ରେ ବିଶ୍ବବିଦ୍ୟାଳୟ ଦିବସ ପାଳନ

ଭୁବନେଶ୍ବର: ଭିଆଇଟି-ଏପି ବିଶ୍ବବିଦ୍ୟାଳୟ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଚତୁର୍ଥ ବିଶ୍ବବିଦ୍ୟାଳୟ ଦିବସ ପାଳନ କରାଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ଆଦିତ୍ୟନାଥ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ‌ ଦେଇଥିଲେ। ଉଦ୍ୟୋଗୀ ହେବା ଓ ଷ୍ଟାର୍ଟଅପ୍ ସଂସ୍ଥା ଖୋଲିବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭିଆଇଟିର ପ୍ରତିଷ୍ଠାତା ଓ କୁଳାଧିପତି ଡକ୍ଟର ଜି ବିଶ୍ବନାଥନ କହିଛନ୍ତି ଯେ ଭିଆଇଟି-ଏପି ବିଶ୍ବବିଦ୍ୟାଳୟ ଖୁବ୍ କମ୍ ସମୟ ଭିତରେ ୬ଟି ଦେଶ ଓ ୨୮ଟି ରାଜ୍ୟର ୪୭୨୮ ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ଭିତିଭୂମି ପ୍ରଦାନ କରିଛି ଏବଂ ବିଦେଶ ଓ ୧୭ଟି ରାଜ୍ୟର ଫାକଲ୍‌ଟି ପାଠପଢ଼ାରେ ନିୟୋଜିତ ହୋଇଛନ୍ତି।

ଭିଆଇଟି-ଏପି ବିଶ୍ବବିଦ୍ୟାଳୟର ଉପସଭାପତି ଶେଖର ବିଶ୍ବନାଥନ ଦେଶର ପ୍ରଗତିରେ ମୂଲ୍ୟବୋଧର ଭୂମିକା ଉପରେ ଆଲୋଚନା କରିଥିଲେ। ବିଶ୍ବବିଦ୍ୟାଳୟର ଇଡି ଡକ୍ଟର ସନ୍ଧ୍ୟା ପେଂଟାରେଡ୍ଡି, କୁଳପତି ଡକ୍ଟର ଏସ୍‌ ଭି କୋଟା ରେଡ୍ଡି, ରେଜିଷ୍ଟ୍ରାର ଡକ୍ଟର ସିଏଲ୍‌ଭି ଶିବକୁମାର, ସହକାରୀ ନିର୍ଦେଶକ-ଛାତ୍ରଛାତ୍ରୀ କଲ୍ୟାଣ ଡକ୍ଟର ଅନୁପମା ନାମ୍ବୁର, ଫାକଲ୍‌ଟି, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର