ନୂଆଦିଲ୍ଲୀ: ସାଧାରଣତଃ ସ୍ମାର୍ଟଫୋନ୍ଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଆଜିକାଲି ସ୍ମାର୍ଟଫୋନ୍ ନିର୍ମାତା କଂପାନିମାନେ ନୂଆ-ନୂଆ ଫିଚର୍ସ ଯୋଡ଼ି ଦେଉଛନ୍ତି। ପୂର୍ବରୁ କେବଳ ନମ୍ବର ମାଧ୍ୟମରେ ଲକ୍ ହେଉଥିବା ସ୍ମାର୍ଟଫୋନ୍, ଆଜିକାଲି ଫିଙ୍ଗରପ୍ରିଂଣ୍ଟ୍ ସ୍କାନର୍,ଫେସ୍ ଅନ୍ଲକ୍ ଭଳି ଫିଚର୍ସ ଦ୍ୱାରା ଲକ୍ ହେଉଛି। ବର୍ତ୍ତମାନ ଆଇଫୋନ୍ ନିଜ ସ୍ମାର୍ଟଫୋନ୍ର ସୁରକ୍ଷାକୁ କଡ଼ାକଡ଼ି କରାଇବା ନିମନ୍ତେ ରେଟିନା ସ୍କାନିଂଙ୍ଗ୍ ଭଳି ଫିଚର୍ସ ଆଣିଛି। ଯେଉଁ କାରଣକୁ ନେଇ ଅଧିକତମ ସ୍ମାର୍ଟଫୋନ୍ ନିର୍ମାତା ଏବେ ବାୟୋମେଟ୍ରିକ୍ ଲକ୍ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ହେଲେ ଏବେ ଏହି ଫିଚର୍ସ ବ୍ୟତୀତ ଏମିତି ଆଉ ଏକ ଫିଚର୍ସ ଆସିଛି ଯାହାମାଧ୍ୟମରେ ବ୍ୟକ୍ତି କେବଳ କଥା କହି ବି ନିଜର ସ୍ମାର୍ଟଫୋନ୍କୁ ଅନ୍ଲକ୍ କରିପାରିବ। ଅର୍ଥାତ୍ ଆପଣ ଯେମିତି ହିଁ ନିଜର ନାମ କହିବେ ତୁରନ୍ତ ହିଁ ଆପଣଙ୍କ ଫୋନ୍ର ଲକ୍ ଖୋଲିଯିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ‘ଭଏସ୍ ଲକ୍ ଆପ୍’ଟି ସ୍ମାର୍ଟଫୋନ୍ ମଧ୍ୟରେ ପ୍ରି-ଇନ୍ଷ୍ଟଲ୍ଡ ହେଉ ନଥିବା ଜଣାଯାଇଛି। ତେଣୁ ଏ ନେଇ ପ୍ରଥମତଃ ଆପଣଙ୍କୁ ‘ଭଏସ୍ ଲକ୍ ସ୍କ୍ରିନ୍ ଆପ୍ ନାମକ ଏକ ଆପ୍କୁ ‘ଗୁଗୁଲ୍ ପ୍ଲେ ଷ୍ଟୋର୍’ରୁ ଡ଼ାଉନ୍ଲୋଡ଼୍ କରିବାକୁ ହେବ। ତେବେ ଏହି ଆପ୍କୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା କିଛି ସୋପାନକୁ ଅନୁସରଣ କରିବାକୁ ପଡ଼ିବ।
/sambad/media/post_attachments/wp-content/uploads/2018/06/images-31.jpg)
୧-ସର୍ବପ୍ରଥମେ ଆପଣ ଏହି ଆପ୍ କୁ ଇନ୍ଷ୍ଟଲ୍ କରିବା ସହିତ ‘ଭଏସ୍ ଆସିଷ୍ଟାଣ୍ଟ୍’ଉପରେ କ୍ଲିକ୍ କରନ୍ତୁ।
୨-ଏବେ ଆପଣଙ୍କୁ ଏଠାରେ ଏକ ‘ଭଏସ୍ କମାଣ୍ଡ୍’ଦେଇ ଦୁଇଥର ପାର୍ସଓ୍ଵାର୍ଡ କୁ ସେଟ୍ କରିବାକୁ ହେବ।
୩-ତେବେ ବ୍ୟାକ୍ଅପ୍ କରିବାକୁ ହେଲେ ଆପଣଙ୍କୁ ଏଠାରେ ନମ୍ବର ବାଲା ପାସ୍ଓ୍ଵାର୍ଡ ବି ଦେବାକୁ ପଡ଼ିବ।
୪-ଏହାପରେ ଆପଣଙ୍କ ସେଟିଙ୍ଗ୍ ଆପ୍ଲାଇ ହେବା କ୍ଷଣି ହିଁ ‘ଭଏସ୍ ପାସ୍ଓ୍ଵାର୍ଡ’ଟି ସେଟ୍ ହୋଇଯିବ।
୫-ଏଥିସହିତ ଏହି ସ୍ମାର୍ଟଫୋନ୍ ଟି ଆପଣଙ୍କ କଣ୍ଠସ୍ୱର ଶୁଣିବା କ୍ଷଣି ହିଁ ଆପେଆପେ ଅନ୍ଲକ୍ ହୋଇଯିବ।
/sambad/media/post_attachments/wp-content/uploads/2018/06/ZLQsga1zaXsSs_j85dB0cdP23hJIt5jV-267x300.png)
ସୂଚନା ଅନଯାୟୀ,‘ଗୁଗୁଲ୍ ପ୍ଲେ ଷ୍ଟୋର୍’ରେ ରହିଥିବା ଏହି ଆପ୍ର ସାଇଜ୍ ୭.୫ ଏମ୍ବି ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧ ମିଲିଅନ୍ ଅର୍ଥାତ୍ ୧୦ ଲକ୍ଷରୁ ଅଧିକ ଥର ମଧ୍ୟ ଏହା ଇନ୍ଷ୍ଟାଲ୍ ହୋଇସାରିଲାଣି। ଏହି ଆପ୍କୁ ବି ଆପଣ ଆଣ୍ଡ୍ରୋଏଡ୍ ଭର୍ସନ୍ ୩.୦ ବା ତା’ଠାରୁ ଅଧିକ ଅପରେଟିଙ୍ଗ୍ ସିଷ୍ଟମ୍ ମଧ୍ୟରେ ଇନ୍ଷ୍ଟଲ୍ କରିପାରନ୍ତି!