ବେତନଟୀ: ମୟୂରଭଞ୍ଜଜିଲ୍ଲା ବେତନଟୀ ଅଞ୍ଚଳର  ବୋହୂ ଡ. ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଡେପୁଟି ଗଭର୍ଣ୍ଣର ପଦବିରେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ଓଡ଼ିଆ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ସ୍ଥାନରେ ଶ୍ରୀମତୀ ଗୁପ୍ତାଙ୍କୁ ନିଯୁକ୍ତି ମିଳିଛି। ସେ ୩ ବର୍ଷ ଲାଗି ଏହି ପଦରେ କାର୍ଯ୍ୟ କରିବେ।

Advertisment

ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଥିଲେ। ଶ୍ରୀମତୀ ଗୁପ୍ତାଙ୍କ ଶ୍ବଶୁର ଘର ହେଉଛି ବେତନଟୀରେ। ଅବସରପ୍ରାପ୍ତ ଯନ୍ତ୍ରୀ ଅଜିତ କୁମାର ମିଶ୍ର ଓ ରମା ମିଶ୍ରଙ୍କ ପୁଅ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଦୀପକ ମିଶ୍ରଙ୍କୁ ସେ ବିବାହ କରିଛନ୍ତି। ଦୀପକ ‘ଦି ଇଣ୍ଡିଆନ କାଉନସିଲ୍‌ ଫର ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ’ର ନିର୍ଦ୍ଦେଶକ ଅଛନ୍ତି।