ନୂଆଦିଲ୍ଲୀ : ଏଣିକି ବିଦେଶରେ ରହୁଥିବା ଭାରତୀୟମାନେ ଶୀଘ୍ର ସେମାନଙ୍କର ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର ମାଧ୍ୟମରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର କରିବାକୁ ସକ୍ଷମ ହେବେ । ୧୦ ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟ (ଏନଆରଆଇ) ସେମାନଙ୍କ ଭାରତ ଫୋନ୍ ନମ୍ବର ଉପରେ ନିର୍ଭର ନକରି କାରବାର ପାଇଁ ୟୁପିଆଇ ସେବା ବ୍ୟବହାର କରିପାରିବେ । ଏହି ଦେଶଗୁଡ଼ିକ ହେଉଛି ସିଙ୍ଗାପୁର, ଆମେରିକା, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ବ୍ରିଟେନ ।

Advertisment

ଏନପିସିଆଇର ସୂଚନା ଅନୁସାରେ ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର ଥିବା ଏନଆରଇ/ଏନଆରଓମାନେ ୟୁପିଆଇ (ଅଣ ବାସିନ୍ଦା ବାହ୍ୟ ଏବଂ ଅଣ ବାସିନ୍ଦା ସାଧାରଣ) ମାଧ୍ୟମରେ କାରବାର କରିବାକୁ ସକ୍ଷମ ହେବେ । ଦେୟ ନିଗମ ନିର୍ଦ୍ଦେଶାବଳୀ ପାଳନ କରିବାକୁ ବ୍ୟାଙ୍କଗୁଡିକ ସହଭାଗୀମାନଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମୟ ଦେଇଛି ।

ଏନଆରଇ ଆକାଉଣ୍ଟ ପ୍ରବାସୀଙ୍କୁ ବିଦେଶୀ ରୋଜଗାର ଭାରତକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରୁଥିବାବେଳେ ଏନଆରଓ ଆକାଉଣ୍ଟ ସେମାନଙ୍କୁ ଭାରତରେ ଅର୍ଜିତ ଆୟ ପରିଚାଳନା କରିବାରେ ସାହାଯ୍ୟ କରେ ।

ଅନ୍ୟପକ୍ଷରେ ଆଜି କେନ୍ଦ୍ର କ୍ୟାବିନେଟ ରୁପେ ଡେବିଟ୍ କାର୍ଡ ପ୍ରେତ୍ସାହନ ସ୍କିମକୁ ସବୁଜ ସଂକେତ ଦେଇଛି । ଏହା ମାଧ୍ୟମରେ ମାଧ୍ୟମରେ କମ ମୂଲ୍ୟର ନେଣଦେଣ  କଲେ ଇନସେଣ୍ଟିଭ ବା ପୁରସ୍କାର ମିଳିବ ।