ମୁମ୍ବାଇ: ଦୁନିଆ ଯେତିକି ଯେତିକି ଆଗକୁ ଯାଉଛି ଆମର ଜୀବନଯାପନ ଶୈଳୀ ବି ସେତିକି ସହଜ ହୋଇ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ୟୁପିଆଇର ପ୍ରଚଳନ ଏଟିଏମ୍ରେ ଲମ୍ବା ଧାଡ଼ି ଲଗାଇବା ସମସ୍ୟାକୁ ଦୂର କରି ଦେଇଥିବା ବେଳେ ଏବେ ଏହି କ୍ଷେତ୍ରରେ ଆମେ ଆହୁରି ପାଦେ ଆଗକୁ ଆଗେଇଛେ।
ବିନା ଇଣ୍ଟର୍ନେଟ୍ରେ ୟୁପିଆଇ ପେମେଣ୍ଟ୍ କରିବାର ସୁବିଧା ପାଇଁ ଗ୍ରାହକ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି। ଏହି ପ୍ରତୀକ୍ଷାର ସମୟ ଏବେ ଶେଷ ହୋଇଛି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ବିନା ଇଣ୍ଟର୍ନେଟ୍ରେ ୟୁପିଆଇ ପେମେଣ୍ଟ୍ର ନୂଆ ଭର୍ସନ ୟୁପିଆଇ୧୨୩ପେ ଏବେ ଫିଚର ଫୋନ୍ରେ ଲଞ୍ଚ୍ ହୋଇସାରିଛି। ଏବେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ଲାଇଟ୍ ଫିଚର୍ ଲଞ୍ଚ୍ କରାଯାଇଛି। ଏହା ଜରିଆରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମଧ୍ୟ ବିନା ଇଣ୍ଟର୍ନେଟ୍ରେ ନେଣଦେଣ କରିପାରିବେ। ଇଣ୍ଟର୍ନେଟ୍ ନଥିବା ଓ ସ୍ମାର୍ଟଫୋନ୍ ନଥିବା ଲୋକ ମଧ୍ୟ ଏବେ ଏହି ସୁବିଧାର ଲାଭ ଉଠାଇ ପାରିବେ।
ଏହି ୟୁପିଆଇ ଲାଇଟ୍ ଜରିଆରେ କେବଳ ପିକ୍ ସମୟରେ ନୁହେଁ, ବରଂ ଡାଉନ୍ ସମୟରେ ବି ନେଣଦେଣ କରିହେବ। ଏହା ୟୁପିଆଇର ପ୍ରଥମ ଭର୍ସନ ପରି କାମ କରେ। ମାତ୍ର ପ୍ରଥମ ୟୁପିଆଇ ତୁଳନାରେ ଏହା ବେଶି ସହଜ ଓ ଖୀପ୍ର ମଧ୍ୟ।
ମାତ୍ର ୟୁପିଆଇ ଓ ୟୁପିଆଇ ଲାଇଟ୍ ଭିତରେ ସାମାନ୍ୟ ତଫାତ ରହିଛି। ୟୁପିଆଇ ଜରିଆରେ ଆମେ ସିଧା ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଟଙ୍କା ଖର୍ଚ୍ଚ କରିଥାଉ। ମାତ୍ର ୟୁପିଆଇ ଲାଇଟ୍ରେ ଆପଣଙ୍କୁ ପୂର୍ବରୁ ଟଙ୍କା ଜମା କରିବାକୁ ପଡ଼ିବ।