ଭୁଟାନରେ ମିଳିବ ୟୁପିଆଇ ପେମେଣ୍ଟ୍‌ ସୁବିଧା

ମୁମ୍ବାଇ: ଭାରତରେ ବିକଶିତ ‌ହୋଇଥିବା ପେମେଣ୍ଟ୍‌ ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ଭୁଟାନରେ ଉପଲବ୍ଧ ହେବ। ଏନେଇ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ଆନ୍ତର୍ଜାତିକ ଶାଖା ସଂସ୍ଥା ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟସ୍‌ ଓ ରୟାଲ୍ ମନେଟାରି ଅଥରିଟି ଅଫ୍ ଭୁଟାନ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁଟାନରେ ଭିମ୍ ୟୁପିଆଇ କ୍ୟୁଆର୍‌ କୋଡ୍ ଭିତ୍ତିକ ପେମେଣ୍ଟ୍ ବ୍ୟବସ୍ଥାକୁ ଭର୍ଚୁଆଲ୍ ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁଭାରମ୍ଭ କରିଛନ୍ତି। ୟୁପିଆଇକୁ ଆମେ ଅଧିକରୁ ଅଧିକ ଦେଶରେ ପହଞ୍ଚାଇବା ଲାଗି ଉଦ୍ୟମ କରୁଛୁ ବୋଲି ଏନ୍‌ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟସ୍‌ର ସିଇଓ ରିତେଶ ଶୁକ୍ଳା କହିଛନ୍ତି।

ସମ୍ବନ୍ଧିତ ଖବର