ଅକ୍ଟୋବରରେ  ୟୁପିଆଇ ଭିତ୍ତିକ କାରବାର ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୧୯ ଅକ୍ଟୋବର ମାସରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାର ପରିମାଣ ଟ.୧୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି ।

୨୦୧୯ ଅକ୍ଟୋବରରେ ୧୧୫ କୋଟି ୟୁପିଆଇ କାରବାର ହୋଇଛି । ୨୦୧୯ ସେପ୍ଟେମ୍ବରରେ ୟୁପିଆଇ କାରବାର ପରିମାଣ ୯୬ କୋଟି ଥିଲା । ସେହିପରି ୨୦୧୯ ଅକ୍ଟୋବର ମାସରେ ୟୁପିଆଇ ଜରିଆରେ ମୋଟ ୧ ଲକ୍ଷ ୯୧ ହଜାର କୋଟି ଟଙ୍କାର କାରବାର ହୋଇଛି ଯାହା ୨୦୧୯ ସେପ୍ଟେମ୍ବରର ୧.୬୧ ଲକ୍ଷ କୋଟି ଟଙ୍କା କାରବାର ଠାରୁ ଅଧିକ ।

“ସାରା ଦେଶରେ ଡିଜିଟାଲ କାରବାରର ଗ୍ରହଣୀୟତାକୁ ବଢ଼ୁଥିବା ଜାଣିବା ବେଶ ଉତ୍ସାହଜନକ । ୟୁପିଆଇର ସମ୍ପୂର୍ଣ୍ଣ ପେମେଣ୍ଟ ପରିବେଶ ବିଶେଷ କରି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ପେମେଣ୍ଟ ଆପ ଏବଂ ଡିଜିଟାଲ ପେମେଣ୍ଟ ଉପରେ ସରକାର ଓ ଆରବିଆଇର ନିରନ୍ତର ନୀତିଭିତ୍ତିକ ସମର୍ଥନର ସଫଳ ସ୍ୱରୂପ ଏହି ଉଲ୍ଳେଖନୀୟ ସଫଳତା ମିଳିଛି ବୋଲି ଦିଲ୍ଲୀପ ଆସବେ, ଏମଡି ଓ ସିଇଓ, ଏନପିସିଆଇ କହିଛନ୍ତି ।

ୟୁପିଆଇର ଗ୍ରହଣୀୟତାକୁ ବଢ଼ାଇବା ଲାଗି ସେଥିରେ ପି୨ପିଏମ କାରବାର ପ୍ରକାର ଏବଂ ଆଇପିଓ ଆଦିକୁ ବ୍ୟବହାର କରାଯାଇଛି । ୟୁପିଆଇ ୨.୦ ରେ ଓଭରଡ୍ରାଫ୍ଟ ଲିଙ୍କ କରିବା, ୱାନ ଟାଇମ ମ୍ୟାନଡେଟ, ଇନଭଏସ ଇନ ଦି ଇନବକ୍ସ, ସାଇଟ ଇନଟେଣ୍ଟ ଓ କୁ୍ୟଆର ଭଳି ସୁବିଧା ପ୍ରଦାନ କରାଯାଇଛି । ବର୍ତମାନ ୟୁପିଆଇରେ ୧୪୨ଟି ବ୍ୟାଙ୍କ ଅଛନ୍ତି । ତିନି ବର୍ଷ ପୂର୍ବେ ଆରମ୍ଭ ହେବା ବେଳକୁ ଏଥିରେ ୨୧ଟି ବ୍ୟାଙ୍କ ଥିଲେ । ୨୦୧୭-୧୮ରେ ୯୧୫.୨ ନିୟୁତ ୟୁପିଆଇ କାରବାର ହୋଇଥିବା ବେଳେ ୨୦୧୮-୧୯ରେ ତାହା ୫୫୩ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

 

ସମ୍ବନ୍ଧିତ ଖବର