ମୁଦ୍ରାନୀତି କମିଟିର ଜରୁରୀ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିକୁ ନିର୍ଧାରିତ ସୀମା ଭିତରେ ରଖିବାରେ ବିଫଳ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜିଠାରୁ ଜରୁରୀକାଳୀନ ମୁଦ୍ରାନୀତି ବୈଠକ ଆରମ୍ଭ କରିଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ଡକ୍ଟର ମାଇକେଲ୍ ଦେବବ୍ରତ ପାତ୍ର, ଡକ୍ଟର ରାଜୀବ ରଞ୍ଜନ, ଡକ୍ଟର ଶଶାଙ୍କ ଭିଡ଼େ, ଡକ୍ଟର ଅସିମା ଗୋୟଲ ଏବଂ ପ୍ରଫେସର ଜୟନ୍ତ ଆର୍ ଶର୍ମା ଯୋଗ ଦେଇଛନ୍ତି। କାହିଁକି ଲକ୍ଷ୍ୟ ହାସଲ ହୋଇପାରିଲାନି, ତାହାର କାରଣ ଖୋଜିବା ଲାଗି ଏହି ବୈଠକ ଆୟୋଜନ କରାଯାଇଛି। ବୈଠକ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ। ନିୟମ ଅନୁସା‌ରେ ଲଗାତାର ତିନି ତ୍ରୈମାସିକ ବା ନଅ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରେ ରହିଲେ ରିଜର୍ଭ ବ୍ୟାଙ୍କ ତାହାର କାରଣ ସରକାରଙ୍କୁ ଜଣାଇବ।

ସମ୍ବନ୍ଧିତ ଖବର