ଚଳିତ ବର୍ଷ ଚୀନ୍‌କୁ ଟପି ଭାରତର ସବୁଠୁ ବଡ଼ ବ୍ୟାବସାୟିକ ଅଂଶୀଦାର ହେଲା ଆମେରିକା

ନୂଆଦିଲ୍ଲୀ: ଚୀନ୍‌କୁ ଟପି ଯୁକ୍ତରାଷ୍ଟ୍ର ଆମେରିକା ୨୦୨୧-୨୨ରେ ଭାରତର ସବୁଠୁ ବଡ଼ ବ୍ୟାବସାୟିକ ଅଂଶୀଦାର ହୋଇଥିବା କଥା ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟାବଳିରୁ ଜଣାପଡ଼ିଛି।

ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟାବଳୀ ଅନୁସାରେ, ୨୦୨୦-୨୧ରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ୮୦.୫୧ ବିଲିୟନ୍‌ ଡଲାର୍‌ ହୋଇଥିବା ବେଳେ ୨୦୨୧-୨୨ ଦିପାକ୍ଷିକ ବାଣିଜ୍ୟ ୧୧୯.୪୨ ବିଲିୟନ୍‌ ଡଲାର୍‌ ହୋଇଛି।

ସେହିପରି, ୨୦୨୦-୨୧ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ୨୯ ବିଲିୟନ୍‌ ଡଲାର୍‌ ମୂଲ୍ୟର ରପ୍ତାନି ହୋଇଥିବା ବେଳେ ୨୦୨୧-୨୨ରେ ରପ୍ତାନି ବୃଦ୍ଧି ପାଇ ୫୧.୬୨ ବିଲିୟନ୍‌ ଡଲାର୍‌ରେ ପହଞ୍ଚିଛି।

ଆର୍ଥିକ ବର୍ଷ ୨୦୨୦-୨୧ରେ ଚୀନ୍‌ ସହ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ୮୬.୪ ବିଲିୟନ୍‌ ଡଲାର୍ ହୋଇଥିବା ବେଳେ ୨୦୨୧-୨୨ରେ ଏହା ୧୧୫.୪୨ ବିଲିୟନ୍‌ ଡଲାର୍‌ ଥିବା ଜଣାପଡ଼ିଛି।

କିନ୍ତୁ, ଗତ ଆର୍ଥିକ ବର୍ଷରେ ଚୀନ୍‌କୁ ରପ୍ତାନି ହାର ୨୧.୧୮ ବିଲିୟନ୍‌ ଡଲାର ଥିବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୨୧.୨୫ ବିଲିୟନ୍‌ ହୋଇଛି। ସେହିପରି ଗତ ଆର୍ଥିକ ବର୍ଷରେ ଚୀନ୍‌ରୁ ଆମଦାନି ୬୫.୨୧ ବିଲିୟନ୍‌ ଡଲାର୍‌ ଥିବା‌ ବେଳେ ଚଳିତ ବର୍ଷ ତାହା ୯୪.୧୬ ବିଲିୟନ୍‌ ଡଲାର୍‌କୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚୀନ୍‌ ସହ ବ୍ୟାବସାୟିକ ବ୍ୟବଧାନ ୭୨.୯୧ ବିଲିୟନ୍‌ ଡଲାର୍‌ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର