ମୁମ୍ବାଇ: ବଜାରରେ ପ୍ରଚଳନରେ ଥିବା ସମସ୍ତ ୧୪ ପ୍ରକାରର ୧୦ ଟଙ୍କିଆ କଏନ୍ (ଖୁଚୁରା ମୁଦ୍ରା) ବୈଧ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ୧୦ ଟଙ୍କିଆ କଏନ୍ ଗ୍ରହଣ କରିବାକୁ ଅମଙ୍ଗ ହେଉଥିବା ଖବର ପହଞ୍ଚିବା ପରେ ରିଜର୍ଭ ବ୍ୟାଙ୍କ ଏହି ସ୍ପଷ୍ଟୀକରଣ ଜାରି କରିଛି। ଏକ ବିଜ୍ଞପ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୧୦ ଟଙ୍କିଆ କଏନ୍ର ବୈଧତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ କେତେକ ବ୍ୟବସାୟୀ ଏବଂ ସାଧାରଣ ଲୋକ ତାହାକୁ ନେବା ପାଇଁ ମନା କରୁଥିବା ଖବର ଆମ ନଜରକୁ ଆସିଛି। ସମସ୍ତ ୧୪ ପ୍ରକାର ଡିଜାଇନ୍ର ୧୦ ଟଙ୍କିଆ କଏନ୍ ବୈଧ ବୋଲି ରିଜର୍ଭ ବ୍ୟାଙ୍କ ଦୋହରାଇଛି। ଭାରତ ସରକାର ଉତ୍ପାଦନ କରିଥିବା ଏହି ସବୁ କଏନ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ବଜାରରେ ପ୍ରଚଳନ କରିଛି। ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ଭିନ୍ନ ଭିନ୍ନ ଡିଜାଇନ୍ର ୧୦ ଟଙ୍କିଆ କଏନ୍ ବଜାରକୁ ଛାଡ଼ିଛି। ପ୍ରତି ଡିଜାଇନ୍ରେ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ମୂଲ୍ୟବୋଧର ଛବି ରହିଛି। କାବରାର ବେଳେ କଏନ୍ ଗ୍ରହଣ କରିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଜାରି କରାଯାଇଛି। ୨୦୦୯ରେ ୧୦ ଟଙ୍କିଆର ଦୁଇଟି ଡିଜାଇନ୍, ୨୦୧୦ରେ ୨ଟି ଡିଜାଇନ, ୨୦୧୧, ୨୦୧୨, ୨୦୧୩ ଏବଂ ୨୦୧୪ରେ ଗୋଟିଏ ଲେଖାଲଁ ଡିଜାଇନ, ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପ୍ରତିବର୍ଷ ଦୁଇଟି ଲେଖାଏଁ ଡିଜାଇନ୍ର ୧୦ ଟଙ୍କିଆ କଏନ୍ ବଜାରରେ ପ୍ରବେଶ କରାଯାଇଥିଲା।
ସବୁ ୧୦ ଟଙ୍କିଆ କଏନ୍ ଚଳିବ
ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ
/sambad/media/post_attachments/wp-content/uploads/2018/01/coin-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)