ଡାଟା ଚୋରି ମାମଲା : ଅତିରିକ୍ତ ସୂଚନା ପାଇଁ ପୁଣି ଥରେ ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକାକୁ ନୋଟିସ୍‌ ପଠାଇଲା ସିବିଆଇ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକା ପ୍ରଥମ ଥର ପାଇଁ ଡାଟା ଚୋରି ମାମଲାକୁ ନେଇ ସିବିଆଇକୁ ଜବାବ ଦେଇଛି । ପୂର୍ବରୁ ଏହି ଦୁଇ କମ୍ପାନୀକୁ ଡାଟା ଚୋରି ନେଇ ତଥ୍ୟ ଦେବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା । ଏହା ପରେ ବୁଧବାର ଡାଟା ଚୋରିକୁ ନେଇ ଚାଲୁଥିବା ମାମଲା ଉପରେ ପ୍ରଥମ ଥର ପାଇଁ ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକା ନିଜର ଜବାବ ରଖିଥିବା ସ୍ପଷ୍ଟ କରିଛି ସିବିଆଇ । କିନ୍ତୁ ଦୁଇ କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଯଥେଷ୍ଟ ନଥିବାରୁ ଏ ନେଇ ଫେସ୍‌ବୁକ୍‌ ଏବଂ କେମ୍ବ୍ରିଜ୍‌ ଆନାଲିଟିକାକୁ ଅଧିକ ତଥ୍ୟ ଦେବା ପାଇଁ ପୁଣି ଥରେ ନୋଟିସ୍‌ ପଠା ଯାଇଥିବା ସ୍ପଷ୍ଟ କରିଛି ସିବିଆଇ । ଏହି ମାମଲାକୁ ନେଇ ଅଧିକ ସୂଚନା ଦେବା ପାଇଁ ସିବିଆଇ ତରଫରୁ ମନା କରି ଦିଆ ଯାଇଛି ।

The Economic Times

ସୂଚନା ମୁତାବକ, ଗତ ବର୍ଷ ଡାଟା ଚୋରି ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ଅଧିକାରୀ ଦୁଇ କମ୍ପାନୀକୁ ଏହାର ଜବାବ ମାଗିଥିଲେ । ଯାହାର ଉତ୍ତର ସେମାନେ ଆଜି ଦେଇଥିବା ବେଳେ ମାମଲାକୁ ନେଇ କିଛି ଗୁୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିବା ପାଇଁ ସିବିଆଇ ପୁଣି ଥରେ ଦୁଇ କମ୍ପାନୀକୁ ନୋଟିସ୍‌ ଜାରି କରିଛି । ସିବିଆଇ ତରଫରୁ ପଠା ଯାଇଥିବା ନୋଟିସ୍‌ରେ, ଦୁଇ କମ୍ପାନୀକୁ ବ୍ୟବହାରକାରୀଙ୍କ ପ୍ରୋଫାଇଲ୍‌ରୁ ଚୋରି ହୋଇଥିବା ଡାଟାର ସମୂର୍ଣ୍ଣ ବିବରଣୀ ମଗା ଯାଇଛି ।

ସମ୍ବନ୍ଧିତ ଖବର