ଏସବିଆଇ ଜମାକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ବ୍ୟାଙ୍କ ନେଣଦେଣକୁ ନେଇ ବଦଳିଯିବ ନିୟମ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ଜମାକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ନିକଟରେ ବ୍ୟାଙ୍କ ନେଣଦେଣର ନିୟମରେ କିଛିଟା ପରିବର୍ତ୍ତନ ଆଣିଛି । ନୂଆ ନିୟମ ଅନୁସାରେ, ଏବେ ଆପଣ ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ଟଙ୍କା ହିଁ ଉଠାଇ ପାରିବେ । ଯାହାକି ଚଳିତ ମାସ ଶେଷ ତଥା ଅକ୍ଟୋବର ୩୧ରୁ ହିଁ ଲାଗୁହେବାକୁ ଯାଉଛି । ତେବେ ଅକ୍ଟୋବର ୩୧ରୁ ବ୍ୟାଙ୍କ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ବର୍ତ୍ତମାନ ଏହି ସୀମା ୪୦ ହଜାର ଟଙ୍କା ରହିଛି ।

ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କ୍ୟାସ ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତି ନିଆଯାଇଛି । ଉଭୟ କ୍ଲାସିକ୍‌ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।


ସରକାର ଡିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦେବା ସତ୍ୱେ ବି କ୍ୟାସ ଉଠାଣକୁ ନେଇ ନିୟମ କଡାକଡି କରିଛନ୍ତି ଯ ଆକଳନ ଅନୁସାରେ, ବଜାରରେ କ୍ୟାସ୍‌ ଫ୍ଲୋ ନୋଟବନ୍ଦୀ ଦ୍ୱାରା ପୂର୍ବ ସ୍ତରରେ ପହଂଚିଯାଇଛି ଯ ସେହିପରି ଗତ କିଛି ବର୍ଷରୁ କିଛି ଏଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଡର କ୍ଲୋନ ବାଲା ଟାଉଟର ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍‌ କାର୍ଡର ପିନ ଚୋରିରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଡିଭାଇସରୁ ଜାଣିନେଉଥିଲେ ଯ

ସମ୍ବନ୍ଧିତ ଖବର