ଉଷାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ପିଏନ୍‌ବି ଠକେଇ ମାମଲାରେ ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଉଷା ଅନନ୍ତସୁବ୍ରମଣ୍ୟନ୍‌ଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଆଜି ଜାମିନ ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବେ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅନୁମତି ଦିଆଯିବା ପରେ ଅଦାଲତ ଏହାକୁ ସଂଜ୍ଞାନକୁ ନେଇଥିଲେ। ଆଇନର ବ୍ୟବସ୍ଥା ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନେବା ବିଷୟକୁ ଅଦାଲତ ସଂଜ୍ଞାନକୁ ନେବା ପରେ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ଅଦାଲତ ସମନ୍‌ ଜାରି କରିଥାନ୍ତି । ଏହାପରେ ଅଭିଯୁକ୍ତ ଜାମିନ ଆବେଦନ କରିଥାନ୍ତି। ଏହି ପ୍ରକ୍ରିୟା ଅନୁଯାୟୀ ଉଷା ଅନନ୍ତସୁବ୍ରମଣ୍ୟନ୍‌ ସିବିଆଇର ସ୍ୱତନ୍ତ୍ର ବିଚାରପତି ଜେ ସି ଜଗଦାଲେଙ୍କ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ଅଦାଲତ ମଧ୍ୟ ଜାମିନ ଆବେଦନକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର