ମୁମ୍ବାଇ: ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ନୂଆ ଅଧ୍ୟକ୍ଷା ଭାବେ ଆହ୍ଲାବାଦ ବ୍ୟାଙ୍କର ଏମ୍ଡି ତଥା ସିଇଓ ଉଷା ଅନନ୍ତସୁବ୍ରମଣ୍ୟନ୍ ନିର୍ବାଚିତ ହୋଇଛନ୍ତି। ବ୍ୟାଙ୍କ ମ୍ୟାନେଜମେଣ୍ଟକୁ ପ୍ରତିନିଧିତ୍ୱ କରୁଥିବା ଏହି ୭୧ ବର୍ଷ ପୁରୁଣା ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ହେବାର ସୌଭାଗ୍ୟ ଶ୍ରୀମତୀ ଅନନ୍ତସୁବ୍ରମଣ୍ୟନ୍ ଲାଭ କରିଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ପୂର୍ବରୁ ସେ ଆଇବିଏର ଉପାଧ୍ୟକ୍ଷା ରହିଥିଲେ। ଆଇବିଏର ପରିଚାଳନା କମିଟି ଶ୍ରୀମତୀ ସୁବ୍ରମଣ୍ୟନ୍ଙ୍କୁ ନିର୍ବାଚିତ କରିଛି ବୋଲି ଘୋଷଣା କରାଯାଇଛି।
ଉଷା ଅନନ୍ତସୁବ୍ରମଣ୍ୟନ୍ ଆଇବିଏର ନୂଆ ଅଧ୍ୟକ୍ଷା
/sambad/media/post_attachments/wp-content/uploads/2018/01/usha-subrmanyan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)