ୟୁଏସ୍‌ ପୋଲୋ ଓ ଫ୍ଲାଇଂ ମେସିନ୍‌ର ନୂଆ ସୋ’ରୁମ୍

ଭୁବନେଶ୍ବର: ପାତ୍ରପଡ଼ାସ୍ଥିତ ଡି ଏନ ରିଗାଲିଆ ପରିସରରେ ୟୁଏସ ପୋଲୋ ଏବଂ ଫ୍ଲାଇଂ ମେସିନ୍‌ର ଏକ ନୂଆ ସୋରୁମ୍ ଆଜି ଖୋଲିଛି। ପାର୍ଟନର ଅରୁଣ କାନ୍ତି ଦାଶ, ମନ୍ମଥ ପଟ୍ଟନାୟକ ଏବଂ ପ୍ରଦୀପ କୁମାର ରାୟ ନୂଆ ସୋରୁମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ କମ୍ପାନିର ଏଏସଏମ ପ୍ରଭାତ କୁମାର ପତି ଉପସ୍ଥିତ ଥିଲେ। ଓଡ଼ିଶାରେ ୟୁଏସ ପୋଲୋ ବ୍ରାଣ୍ଡ୍‌ର ଏହା ୯ମ ଏବଂ ଫ୍ଲାଇଂ ମେସିନର ୪ର୍ଥ ଷ୍ଟୋର। ଉକ୍ତ ସୋ’ରୁମରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସାର୍ଟ, ଟି-ସାର୍ଟ, ଟ୍ରାଉଜର, ଡେନିମ୍ ସମେତ ଆସେସୋରିଜ୍ ଉପଲବ୍ଧ ହେଉଛି। ବ୍ୟାପକ ବର୍ଗରେ ଉନ୍ନତ ମାନର ଉତ୍ପାଦ ଗ୍ରାହକମାନେ ଏଠାରୁ କିଣିବା ସୁଯୋଗ ପାଇପାରିବେ ବୋଲି ସୋରୁମ୍‌ର ତତ୍ତ୍ବାବଧାୟକମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୟୁଏସ ପୋଲୋର ବ୍ୟବସାୟ ୩୦ କୋଟି ଏବଂ ଫ୍ଲାଇଂ ମେସିନର ବ୍ୟବସାୟ ୬ କୋଟି ଟପିସାରିଛି। ନୂଆ ସୋରୁମ୍ ମାଧ୍ୟମରେ କମ୍ପାନି ରାଜ୍ୟରେ ଯଥେଷ୍ଟ ଅଧିକ ବ୍ୟବସାୟ କରିବା ନେଇ ଆଶା ରଖିଛି।

ସମ୍ବନ୍ଧିତ ଖବର