ନୂଆଦିଲ୍ଲୀ, : ସୋସିଆଲ୍ ମିଡିଆ କଂପାନିଗୁଡ଼ିକ ମିଥ୍ୟା ଖବର ପ୍ରଚାରକୁ ନେଇ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି। କେଉଁ ଉପାୟରେ ମିଥ୍ୟା ଖବରଗୁଡ଼ିକୁ ଅଟକାଇ ହେବ ସେଥିପାଇଁ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶ୍ୱର ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍-ହ୍ଵାଟସ୍ଆପ୍ ପକ୍ଷରୁ ପ୍ରଥମ ଥର ପାଇଁ ଭାରତର ପ୍ରମୁଖ ସମ୍ବାଦପତ୍ରଗୁଡ଼ିକରେ ବିଜ୍ଞାପନ ପ୍ରଦାନ କରାଯାଇଛି। ମିଥ୍ୟା ଖବର ଓ ଗୁଜବ ବାର୍ତାଗୁଡ଼ିକୁ କିଭଳି ଚିହ୍ନଟ କରାଯିବ, ସେ ସମ୍ପର୍କିତ ସୂଚନା ପାଠକମାନଙ୍କୁ ପ୍ରଦାନ କରାଯାଇଛି। କୌଣସି ମେସେଜ୍କୁ ସେୟାର୍ କରିବା ପୂର୍ବରୁ ତାହାକୁ ଭଲ ଭାବେ ବୁଝିବା ଓ ମିଥ୍ୟା ଖବରର ପ୍ରଚାର ନକରିବାକୁ ଏହି ବିଜ୍ଞାପନ ଜରିଆରେ ହ୍ଵାଟସ୍ଆପ୍ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ସେହିପରି, ଗୁଗୁଲ୍ର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ ମିଥ୍ୟା ଖବର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରାଯାଉଛି। ଏ ବାବଦରେ କଂପାନି ୨.୫ କୋଟି ଡଲାର (୧୫୦ କୋଟି ଟଙ୍କା) ଖର୍ଚ କରିବ। ଖବରର ଉତ୍ସକୁ ଅଧିକ ବିଶ୍ୱସନୀୟ କରିବାକୁ ୟୁଟ୍ୟୁବ୍ ପ୍ରୟାସ କରିବ। ବିଶେଷ କରି ବ୍ରେକିଙ୍ଗ୍ ନ୍ୟୁଜ୍ ଭାବେ ପ୍ରଚାରିତ କରାଯାଉଥିବା ମିଥ୍ୟା ଖବରଗୁଡ଼ିକ ଉପରେ ଅଧିକ ନଜର ରଖିବ। ସନ୍ଦେହଜନକ ଖବରଗୁଡ଼ିକୁ ପୂର୍ବରୁ ୟୁଟ୍ୟୁବ୍ ଦର୍ଶକଙ୍କ ପାଇଁ ସତର୍କ ସୂଚନା ଜାରି କରିବ।
ୟୁଟ୍ୟୁବ୍, ହ୍ଵାଟସ୍ଆପ୍କୁ ମିଥ୍ୟା ଖବର ଚିନ୍ତା:୧୫୦ କୋଟି ଖର୍ଚ କରିବ ୟୁଟ୍ୟୁବ୍
ହ୍ଵାଟସ୍ଆପ୍ର ସଚେତନତା ବିଜ୍ଞାପନ ଆରମ୍ଭ
/sambad/media/post_attachments/wp-content/uploads/2018/07/You-tbe-whats-app.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)