ଭୁବନେଶ୍ବର: ଦୁର୍ଗା ପୂଜା ପାଇଁ ଭି-ମାର୍ଟ ପକ୍ଷରୁ ଆକର୍ଷଣୀୟ ଅଫର ଗ୍ରାହକଙ୍କ ନିମନ୍ତେ ଘୋଷଣା କରାଯାଇଛି। ଏଥିସହିତ କମ୍ପାନିର ଷ୍ଟୋରଗୁଡ଼ିକରେ ଉତ୍ତମ ମାନର ଫେସନ, କିରାନା ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଛି। ଏସବୁକୁ ଉତ୍ତମ ମୂଲ୍ୟ ଓ ଅଫରରେ ପ୍ରଦାନ କରାଯାଉଛି। ଗ୍ରାହକମାନେ ୨୫୦୦ ଟଙ୍କାର ଶପିଂ କରିଲେ ୧୦୦୦ ଟଙ୍କା ମୂଲ୍ୟର ବେଡସିଟ୍ ୯୯ ଟଙ୍କାରେ ପାଇପାରିବେ। ସେହିଭଳି ୬୦୦୦ ଟଙ୍କା ମୂଲ୍ୟର ଶପିଂ କରିଲେ ୬୦୦୦ ଟଙ୍କା ମୂଲ୍ୟର ବଡ଼ ଟ୍ରଲି ବ୍ୟାଗ ୩୯୯ ଟଙ୍କାରେ ପାଇପାରିବେ। ଏଥିସହିତ ୧୫୦୦ ଟଙ୍କାର ଶପିଂ କରିଲେ ଏଚ୍ଡିଏଫ୍ସି କାର୍ଡଧାରୀମାନେ ଅତିରିକ୍ତ ୭.୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ।
ଭି-ମାର୍ଟରେ ପୁରୁଷ ଓ ମହିଳାଙ୍କ ପାଇଁ ଟି-ସାର୍ଟ ୯୯ ଟଙ୍କାରୁ ଆରମ୍ ଭହୋଇଛି। ସେହିଭଳି କୁର୍ତ୍ତା ମୂଲ୍ୟ ୧୯୯ ଟଙ୍କାରୁ, କାଜୁଆଲ ସାର୍ଟ ୨୯୯ ଟଙ୍କାରୁ ଜିନ୍ସ ୩୯୯ ଟଙ୍କାରୁ, ଫୁଲ ସ୍ଲିଭ ଲେଡିଜ୍ ଟପ ୩୭୫ ଟଙ୍କାରୁ, ଲେଡିଜ୍ ଟ୍ରେନ୍ ୪୭୫ ଟଙ୍କାରୁ ଛୋଟ ପିଲାଙ୍କ ଡ୍ରେସ ୧୫୦ ଟଙ୍କାରୁ ଆରମ୍ଭ ହୋଇଛି।
ଭାରତୀୟମାନଙ୍କ ମଧ୍ୟରେ ପୂଜାର ସ୍ବତନ୍ତ୍ରତା ରହିଛି। ମାଆ ଦୁର୍ଗାଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ। ଏହି ଅବସରରେ ଶ୍ରଦ୍ଧାଳୁମାନେ ନୂଆ ପୋଷାକ, ଗହଣା ଏବଂ ଘରକରଣା ସାମଗ୍ରୀ କିଣିଥାନ୍ତି। ତାହାକୁ ଦୃଷ୍ଟିରେ ରଖି ଆମେ ଗ୍ରାହକଙ୍କ ପାଇଁ ଉନ୍ନତମାନର ଉତ୍ପାଦକୁ ଆକର୍ଷଣୀୟ ଅଫର ସହ ଯୋଗାଇ ଦେଉଛୁ ବୋଲି ଭି-ମାର୍ଟ ରିଟେଲ ଲିମିଟେଡର ସିଓଓ ବିନୀତ ଜୈନ କହିଛନ୍ତି।