‘ଭି୨’ର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ପଟିଆଠାରେ ଭି୨ର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। ଦେଶରେ ଏହା କଂପାନିର ୬୩ତମ ଷ୍ଟୋର୍‌। ଏହି ଅବସରରେ କଂପାନିର ବ୍ୟବସାୟ ମୁଖ୍ୟ ଶକ୍ତି ମହାନ୍ତି, ଓଡ଼ିଶା ମୁଖ୍ୟ ଦୀପକ ଜେନା, ଅଡିଟ୍‌ ମୁଖ୍ୟ ରଜନୀସ୍‌ ସିଂହ ଓ ଏରିଆ ଅଡିଟର୍‌ ସୁଶୀଲ ବେହେରା ଉପସ୍ଥିତ ଥିଲେ। ବାର ହଜାର ବର୍ଗଫୁଟରେ ନିର୍ମାଣ କରାଯାଇଥିବା ଏହି ଷ୍ଟୋର୍‌ରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ପୋଷାକ ବିକ୍ରି ହେଉଛି। ଉଦ୍‌ଘାଟନୀ ଅଫରରେ ଗ୍ରାହକମାନେ ସମସ୍ତ ଶାଢ଼ୀ, ସାଲ୍‌ଓ୍ଵାର ସୁଟ୍‌, ମେନ୍ସ ବ୍ଲେଜର୍‌ ଉପରେ ୨୫% ରିହାତି ପାଇବେ। ୯୯୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ ଏକ ଏୟାର କୁଲର୍‌ ମାଗଣାରେ ପାଇବେ। ଆଇରନ୍‌, ମିକ୍ସଚର୍‌ ଗ୍ରାଇଣ୍ଡର୍‌ ଓ ଏଲ୍‌ଇଡି ବଲ୍‌ବ କିଣାକିଣି ଉପରେ ଆକର୍ଷଣୀୟ ଅଫର ରହିଛି। ୭୯୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ ଏକ ଲକି ଡ୍ର’ କୁପନ୍‌ ମିଳିବ ଯାହା ଜରିଆରେ ଭାଗ୍ୟଶାଳୀ ଗ୍ରାହକମାନେ କାର୍‌, ବାଇକ୍‌, ଏଲ୍‌ଇଡି ଟିଭି ଓ ଫ୍ରିଜ୍‌ ଆଦି ପୁରସ୍କାର ଜିତିପାରିବେ।

ସମ୍ବନ୍ଧିତ ଖବର