ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ । ଏକ ନୂତନ ୧୦୦ ଟଙ୍କିଆ କଏନ୍ ଜାରି କରାଯିବ। ସେହି କଏନ୍ର ପଛ ପାର୍ଶ୍ବରେ ବାଜପେୟୀଙ୍କ ମୁଖ ମଣ୍ଡଳର ଛବି ଓ ନାମ ଉଭୟ ଦେବନାଗରି ଲିପି ଓ ଇଂରାଜି ଭାଷାରେ ରହିବ। ଏହା ବ୍ୟତୀତ ୧୯୨୪ ଓ ୨୦୧୮ ଭଳି ଦୁଇଟି ବର୍ଷ ମଧ୍ୟ ଲେଖାଯିବ। କଏନ୍ର ସାମ୍ନା ପାର୍ଶ୍ବର କେନ୍ଦ୍ର ଭାଗରେ ଅଶୋକ ସ୍ତମ୍ଭ ରହିବ। ଏହା ବ୍ୟତୀତ ହିନ୍ଦୀରେ ଭାରତ ଓ ଇଂରାଜିରେ ‘ଇଣ୍ଡିଆ’ ଲେଖା ରହିବ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୬ରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା।
ବାଜପେୟୀଙ୍କ ଛବି ଥିବା ୧୦୦ ଟଙ୍କିଆ କଏନ୍ ଆସିବ
/sambad/media/post_attachments/wp-content/uploads/2018/09/ft65hgo8_vajpayee-afp_625x300_17_August_18.jpg)