ବରୁଣ ‘ରିବକ୍‌’ର ନୂଆ ତାରକା ପ୍ରଚାରକ

ଭୁବନେଶ୍ବର: ରିବକ୍ ପକ୍ଷରୁ ବଲିଉଡ୍ ତାରକା ବରୁଣ ଧାୱନଙ୍କୁ ଭାରତ ପାଇଁ ତାରକା ପ୍ରଚାରକ ଭାବେ ନିଯୁକ୍ତ କରାଯାଇଛି। ଫିଟ୍‌ନେସ୍‌ ଉପରେ ବିଶେ‌ଷ ଧ୍ୟାନ ଦେଉଥିବା ବରୁଣ ଯୁବପିଢ଼ି ମଧ୍ୟରେ ବେଶ ଲୋକପ୍ରିୟ। ତାଙ୍କର ସେହି ଲୋକପ୍ରିୟତାକୁ ଆଧାର କରି ଅଧିକରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ କଂପାନି ଲକ୍ଷ୍ୟ ରଖିଛି। ରିବକ୍‌ ଭଳି ବ୍ରାଣ୍ଡ୍‌ ସହିତ ସହବନ୍ଧିତ ହୋଇଥିବାରୁ ବରୁଣ ଖୁସି ଜାହିର କରିଛନ୍ତି। ଫିଟ୍‌ନେସ୍‌ ପ୍ରତି ଉତ୍ସାହିତ ଥିବାରୁ ବରୁଣଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ପାଇ ଆମେ ବହୁତ ଆନନ୍ଦିତ ବୋଲି କଂପାନିର ବ୍ରାଣ୍ଡ୍‌ ନିର୍ଦେଶକ ସୁନୀଲ ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର