ଦିଲ୍ଲୀ ପରେ ପଞ୍ଜାବ, ଉତ୍ତରପ୍ରଦେଶ ବଢ଼ାଇଲେ ଭାଟ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ପରେ ଆଜି ପଞ୍ଜାବ ଓ ଉତ୍ତରପ୍ରଦେଶ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବୃଦ୍ଧି କରିଛନ୍ତି। ଉତ୍ତରପ୍ରଦେଶ ସରକାର ଲିଟର ପିଛା ପେଟ୍ରୋଲ୍ ଉପରେ ୨ ଟଙ୍କା ଏବଂ ଡିଜେଲ୍ ଉପରେ ୧ ଟଙ୍କାର ଟିକସ ବଢ଼ାଇଛନ୍ତି। ଏବିଷୟରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଘୋଷଣା କରିଛନ୍ତି। ସେହିପରି, ପଞ୍ଜାବ ସରକାର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ୨ ଟଙ୍କା ଲେଖାଏଁ ଟିକସ ବୃଦ୍ଧି କରିଛନ୍ତି। ଫଳରେ ପଞ୍ଜାବରେ ଏକ ଲିଟର ପେଟ୍ରୋଲ୍‌ର ଦାମ୍ ଏବେ ୬୯ ଟଙ୍କା ୯୯ ପଇସା ଓ ଡିଜେଲ୍‌ ଦାମ୍ ୬୨ ଟଙ୍କା ୫୬ ପଇସା ହୋଇଛି। ଗତକାଲି ଦିଲ୍ଲୀ ସରକାର ପେଟ୍ରୋଲ୍‌ ଲିଟର ପିଛା ୧ ଟଙ୍କା ୬୭ ପଇସା ଓ ଡିଜେଲ୍ ଉପରେ ୭ ଟଙ୍କା ୧୦ ପଇସାର ଟିକସ ବଢ଼ାଇଥିଲେ। ଏହା ପୂର୍ବରୁ ତାମିଲନାଡୁ ସରକାର ପେଟ୍ରୋଲ୍ ଉପରେ ୩ ଟଙ୍କା ୨୫ ପଇସା ଓ ଡିଜେଲ୍‌ ଉପରେ ଅଢ଼େଇ ଟଙ୍କାର ଭାଟ୍‌ ବୃଦ୍ଧି କରିଥିଲେ। ସେହିପରି, ନାଗାଲ୍ୟାଣ୍ଡ୍‌ ସରକାର ପେଟ୍ରୋଲ୍ ଉପରେ ୬ ଟଙ୍କା ଏବଂ ଡିଜେଲ୍ ଉପରେ ୫ ଟଙ୍କାର କୋଭିଡ୍-୧୯ ସେସ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର