ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ୍ ପିଲାମାନଙ୍କ ‘ସ୍ୱର୍ଣ୍ଣପ୍ରାଶନ’ ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। କମ୍ପାନି କଳାହାଣ୍ଡିର ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି। ବ୍ରଜବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ ଓ ଡାକ୍ତର କ୍ଷେତେରା କାଣ୍ଡ ଓ ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ। ‘ସ୍ୱର୍ଣ୍ଣପ୍ରାଶନ’ କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ସହ ଭାଗୀଦାରି ଘୋଷଣା କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି।
ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଛି। ଏଥିସହ ଆଉ ଦୁଇଟି ଜିଲ୍ଲା ଯଥା ରାୟଗଡ଼ା ଓ କୋରାପୁଟକୁ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି। କମ୍ପାନିର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଆମେ ପାରମ୍ପରିକ ଅଭ୍ୟାସ ମାଧ୍ୟମରେ ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। କମ୍ପାନିର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ସହ ଭାଗୀଦାରି ମାଧ୍ୟମରେ ଆମେ ସେପ୍ଟେମ୍ବରରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲୁ ଏବଂ ଏହାକୁ ଆହୁରି ବ୍ୟାପକ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/oQRyB0Ph6VuWPoPoNMOg.jpg)