ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଉତ୍ସାହିତ କରିବା ଲାଗି ‘ଉଦ୍ୟୋଗୀନୀ’ ପ୍ରକଳ୍ପର ଶୁଭାରମ୍ଭ କରିଛି ବେଦାନ୍ତ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ। ଏହାର ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ଭାରତର ଏକ ଅଗ୍ରଣୀ ମହିଳା ସମବାୟ ସମିତି। ସଂପ୍ରତି ଝାରସୁଗୁଡ଼ା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ‘ଉଦ୍ୟୋଗୀନୀ’ ଶୁଭାରମ୍ଭ କରିଛି। ୪୧୦୦ ମହିଳା ସଦସ୍ୟାଙ୍କୁ ନେଇ ଏହି ମହିଳା ସମବାୟ ସମିତି ପରିଚାଳିତ ଓ ବେଦାନ୍ତର ଗୋଷ୍ଠୀ ବିକାଶ ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ଏହି ସମିତି ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ କରୁଛି । ବହୁ ମହିଳା ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଓ ସ୍ଥାୟୀ ଜୀବିକା ପନ୍ଥାକୁ ଆପଣାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

‘ଉଦ୍ୟୋଗୀନୀ’ ପ୍ରକଳ୍ପ ଅଧୀନରେ ଏହି ସମିତି ସଦସ୍ୟାଙ୍କ ସଂଖ୍ୟାକୁ ୧୦୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି । ଏହାର ପରିଚାଳନା ବିଭାଗରେ ୧୫ ଜଣ ନବନିର୍ବାଚିତ କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟାଙ୍କ ପାଇଁ ଦୁଇ ଦିନିଆ କାର୍ଯ୍ୟକ୍ରମ ସହିତ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏଥିରେ ଉଦ୍ୟୋଗୀ ନୀତି, ଜେନେସିସ, ଆର୍ଥିକ ପୋର୍ଟଫୋଲିଓ ଇତ୍ୟାଦି ବିଷୟରେ ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ ।

ଭାରତୀୟ ଉଦ୍ୟୋଗୀ ବିକାଶ ପ୍ରତିଷ୍ଠାନର ସହଭାଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ମହାନ୍ତି, ସିନିୟର ଗ୍ରେଡ-ଏ, ଓଡ଼ିଶା କୋଅପରେଟିଭ ସେବା ଅଧିକାରୀଙ୍କ ସହିତ ନୀଳିମା କୁଜୁର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ଓଡ଼ିଶା ଲାଇଭହୁଡ ମିଶନ, ଝାରସୁଗୁଡ଼ା,  ସୁନିଲ ଗୁପ୍ତା, ସିଇଓ-ବେଦାନ୍ତ ଲିଃ ଓ ରାଜକୁମାର ପ୍ରଧାନ, ଶାଖା ପ୍ରବନ୍ଧକ ଆଇଡିବିଆଇ ବ୍ୟାଙ୍କ ଝାରସୁଗୁଡ଼ା ଯୋଗ ଦେଇଥିଲେ ।

‘ଉଦ୍ୟୋଗୀନୀ’ ପ୍ରକଳ୍ପର ଅଂଶ ସ୍ୱରୂପ ଏହି ସମିତି ସରକାରଙ୍କ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସମନ୍ୱିତ ଆଦିବାସୀ ବିକାଶ ଏଜେନସି, ଜିଲ୍ଲା ଜଙ୍ଗଲ ବିଭାଗଗୁଡ଼ିକର ଦିଗଦର୍ଶନ ଓ ପଦକ୍ଷେପ ଅନୁସାରେ କାର୍ଯ୍ୟ କରିବ।

ଏହି କର୍ମଶାଳାକୁ ପ୍ରୋତ୍ସାହିତ କରି  ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ା କହିଥିଲେ ‘ଶୁଭଲକ୍ଷ୍ମୀ ସମବାୟ ସମିତି ଗ୍ରାମୀଣ ମହିଳାମାନଙ୍କ ପ୍ରକୃତ ସମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଆମେ ସେମାନଙ୍କ ଆକାଂକ୍ଷାକୁ ଅନୁସରଣ କରିବାକୁ ପ୍ରୟାସ କରିବୁ । ସେମାନଙ୍କ ସମୃଦ୍ଧି ଓ ଆର୍ଥିକ ସଶକ୍ତୀକରଣ ପାଇଁ ଆମେ ସର୍ବଦା ପ୍ରୋତ୍ସାହନ ଯୋଗାଇବୁ।’

ବେଦାନ୍ତର ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟାଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ସଂପର୍କରେ ବକ୍ତବ୍ୟ ରଖି ଏହାର ସଭାପତି ପଙ୍କଜିନୀ ଓରାମ କହିଛନ୍ତି ଯେ ‘ମୋ ପରି ହଜାର ହଜାର ମହିଳାଙ୍କୁ ଏହି ସମିତି ଜୀବିକା ନିର୍ବାହର ପନ୍ଥା ଯୋଗାଇଛି । ଆମ ସମିତି ବାସ୍ତବରେ ସଶକ୍ତୀକରଣର ଏକ ଉତ୍କୃଷ୍ଟ ଉଦାହରଣ । ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ଓ ବିଶ୍ୱାସ କରେ ଯେ ଏହି ନୂଆ ପ୍ରକଳ୍ପ ଆମ ସମାଜର ଅଧିକ ମହିଳାଙ୍କୁ ଉପକୃତ କରାଇ ପାରିବ।’

ଶୁଭଲକ୍ଷ୍ମୀ ସମବାୟ ସମିତିର ଯାତ୍ରାର ବୈଶିଷ୍ଟ୍ୟ:

  • ଭାରତର ଅଗ୍ରଣୀ ଗ୍ରାମୀଣ ମହିଳା ସମବାୟ ସମିତି ଯେଉଁଥିରେ ୩୩୮ ସ୍ୱୟଂ ସହାୟକ ଗୋଷ୍ଠୀର ୪୦୦୦ରୁ ଅଧିକ ମହିଳା ରହିଛନ୍ତି ।
  • ଫାର୍ମ ଓ ଅଣଫାର୍ମ କାର୍ଯ୍ୟରୁ ୧୪୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଲାଭବାନ ହେଉଛନ୍ତି ।
  • ୨୦୦୮ ପରଠାରୁ ଟ.୩.୮ କୋଟିର ମୂଳ ପୁଞ୍ଜି ବର୍ତମାନ ୩୫.୮କୋଟିର ବ୍ୟାବସାୟିକ ରୂପ ନେଇଛି ।
  • ଶୁଭଲକ୍ଷ୍ମୀ ମହିଳା କଲ୍ୟାଣ ପାଣ୍ଠି ଏକ ସ୍ୱତନ୍ତ୍ର ସମାଜ କଲ୍ୟାଣ ପାଣ୍ଠି ଦ୍ୱାରା ଗର୍ଭବତୀ ମହିଳା, ଛାତ୍ରଛାତ୍ରୀ, ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଉଛି ଓ ୧୧୦୦ ହୀତାଧିକାରୀ ଉପକୃତ ହୋଇଛନ୍ତି ।
  • ଏହା ୧୫ଜଣ ମନୋନୀତ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ପରିଚାଳିତ ଏବଂ ସମବାୟ ବ୍ୟାପାର ତଥା ପରିଚାଳନା କର୍ମଶାଳା ମାଧ୍ୟମରେ ମହିଳା ନେତାଙ୍କ ଏକ କ୍ୟାଡର ବିକଶିତ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ, ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟେନେବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏହା ବିଶ୍ୱଶ୍ରେଣୀର ଆଲୁମିନିୟମ ସ୍ମେଲଟର ସହିତ, ଆଲୁମିନା ରିଫାଇନାରୀ ଓ ପାୱାର ପ୍ଲାଂଟକୁ ନେଇ ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ। କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ତାର ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ ଜାରି ରଖିଛି ।

ସମ୍ବନ୍ଧିତ ଖବର